୫ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର, ପଡୋଶୀଙ୍କ ସହ ମିଳାମିଶା ଯୋଗୁଁ ସଂକ୍ରମଣର ଶିକାର
ସମସ୍ତେ ନେଳିଆବାଗ ନିବାସୀ
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୫ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସଂପର୍କରେ ସୂଚନା ଦେଇଛନ୍ତି । ଏମାନେ ସମସ୍ତେ ବାଲେଶ୍ୱର ଜିଲ୍ଲାର ନେଳିଆବାଗ ଅଞ୍ଚଳର । ରାଜ୍ୟର ୬୧ ତମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୪ ଜଣ ଆସିଛନ୍ତି । ସେମାନେ ହେଲେ ୧୦୪, ୧୦୫, ୧୦୬ ଓ ୧୦୭ ନମ୍ବର କରୋନା ଆକ୍ରାନ୍ତ । ଏମାନେ ଥିଲେ ସଂପୃକ୍ତ ଆକ୍ରାନ୍ତଙ୍କ ପଡୋଶୀ । କୁହାଯାଉଛି ଯେ, ୬୧ ନମ୍ବର କରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ସଂକ୍ରମିତ କରିଛନ୍ତି । ନେଳିଆବାଗ ଅଞ୍ଚଳରେ ରାଜ୍ୟର ୧୦୮ ତମ କରୋନା ଆକ୍ରାନ୍ତ ରୁହନ୍ତି । ସେ ହେଉଛନ୍ତି ୭୯ ନମ୍ବର ଆକ୍ରାନ୍ତଙ୍କ ପଡୋଶୀ ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟର ୧୦୪ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ୨୨ ବର୍ଷୀୟ ଯୁବତୀ । ଲକଡାଉନ ଘୋଷଣା ହେବା ପରେ ସେ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୮ ଯାଏଁ ଘରେ ଥିଲେ । ସେ ୧୯ରୁ ୨୬ ଯାଏଁ କଣ୍ଟେନମେଣ୍ଟ ଜୋନରେ ଥିଲେ । ମାତ୍ର ଏପ୍ରିଲ ୨୬ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
2nd Health Update 28th April, 2020
Travel History of #Covid19 Patients
Case No: 104, 105 & 106Contact tracing and follow-up action is being done. pic.twitter.com/EA8TilFqC8
— I & PR Department, Odisha (@IPR_Odisha) April 28, 2020
ନେଳିଆବାଗର ୫୫ ବର୍ଷୀୟ ମହିଳା ହେଉଛନ୍ତି ରାଜ୍ୟର ୧୦୫ ନମ୍ବର କରୋନା ଆକ୍ରାନ୍ତ । ସେ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୮ ଯାଏଁ ଘରେ ଥିଲେ । ସେ ମଧ୍ୟ କଣ୍ଟେନମେଣ୍ଟ ଜୋନରେ ଏପ୍ରିଲ ୧୯ରୁ ୨୬ ଯାଏଁ ଥିଲେ । ଏପ୍ରିଲ ୨୬ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଏପ୍ରିଲ ୨୭ରେ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ରାଜ୍ୟର ୧୦୬ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ଜଣେ ୨୩ ବର୍ଷୀୟ ଯୁବତୀ । କିନ୍ତୁ ୧୦୭ ନମ୍ବର କରୋନା ଆକ୍ରନ୍ତ ହେଉଛନ୍ତି ଜଣେ ୨୭ ବର୍ଷିଅ ଯୁବକ । ସେମାନେ ୬୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଉଭୟ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୮ ଯାଏଁ ଘରେ ଥିଲେ । ସେମାନେ ୧୯ରୁ ୨୬ ଯାଏଁ କଣ୍ଟେନମେଣ୍ଟ ଜୋନରେ ଥିଲେ । ମାତ୍ର ଏପ୍ରିଲ ୨୬ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
3rd Health Update 28th April, 2020
Travel History of #Covid19 Patients
Case No: 107 & 108Contact tracing and follow-up action is being done. pic.twitter.com/lO1dpFYdcl
— I & PR Department, Odisha (@IPR_Odisha) April 28, 2020
ରାଜ୍ୟର ୧୦୮ ନମ୍ବର କରୋନା ଆକ୍ରାନ୍ତ ଥିଲେ ୭୯ ନମ୍ବର କରୋନା ଆକ୍ରାନ୍ତଙ୍କ ପଡୋଶୀ । ୨୯ ବର୍ଷୀୟ ଯୁବତୀ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୮ ଯାଏଁ ଘରେ ଥିଲେ । ସେ ୧୯ରୁ ୨୬ ଯାଏଁ କଣ୍ଟେନମେଣ୍ଟ ଜୋନରେ ଥିଲେ । ମାତ୍ର ଏପ୍ରିଲ ୨୬ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।