ସାମ୍ନାକୁ ଆସିଲା ୬୧ରୁ ୬୫ତମ କରେନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ, ୫ ଜଣ କୋଲକାତା ଫେରନ୍ତା

ଭୁବନେଶ୍ୱର: ରାଜ୍ୟ ସରକାର ଜାରି କଲେ ୩ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଓ ଅନ୍ୟ ତଥ୍ୟ। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇ ରାଜ୍ୟର ୬୧ରୁ ୬୬ତମ କରୋନା ଆକ୍ରାନ୍ତଙ୍କ ସୂଚନା ଜାରି କରାଯାଇଛି। ଏମାନେ ହେଲେ ରାଜ୍ୟର ୬୧ତମ, ୬୨ତମ, ୬୩ତମ, ୬୪ତମ, ୬୫ତମ ଓ ୬୬ତମ କରୋନା ଆକ୍ରାନ୍ତ । ଏହି ଜଣଙ୍କ ମଧ୍ୟରୁ ୫ ଜଣ କୋଲକାତାରୁ ନିଜ ଘରକୁ ଫେରିଥିଲେ ।

୬୧ତମ କରୋନା ଆକ୍ରାନ୍ତଙ୍କ ବୟସ ୫୮ ବର୍ଷ ଓ ସେ ବାଲେଶ୍ବରର ନେଳିଆବାଗର ବାସିନ୍ଦା। ସେ ଏକ ଭଡ଼ାଗାଡ଼ିରେ ଝାଡ଼ଖଣ୍ଡ ଯାଇ ମାର୍ଚ୍ଚ ୧୩ରେ ବାଲେଶ୍ବର ଫେରିଥିଲେ। ଏହାପରେ ସେ ଏପ୍ରିଲ ୭ ତାରିଖ ଦିନ ନିଜ ସ୍କୁଟିରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଯାଇଥିଲେ। ସେଠାରୁ ଫେରିବା ପରେ ଏପ୍ରିଲ୍ ୧୩ ତାରିଖ ଦିନ ଏକ ଗାଡ଼ି ଭଡ଼ା କରି ଭୁବନେଶ୍ବରର ଆପୋଲୋ ହସ୍ପିଟାଲ ଯାଇଥିଲେ। ଏହାପରଦିନ ଅର୍ଥାତ ୧୪ ଏପ୍ରିଲ୍ ଦିନ ସେ ଆପୋଲୋ ହସ୍ପିଟାଲରୁ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ସେଇଦିନ ସେ କିମ୍ସ ହସ୍ପିଟାଲକୁ ଯାଇଥିଲେ। ସେ ୧୪ରୁ ୧୬ ଏପ୍ରିଲ କିମ୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ରହିଥିଲେ। ଆଶ୍ଚର୍ଯ୍ୟର କଥା ସେ ୧୬ ଏପ୍ରିଲରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଥିଲେ। ୧୮ ଏପ୍ରିଲ୍ ଦିନ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା ଓ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲରେ ରଖାଯାଇଛି।

ରାଜ୍ୟର ୬୨ତମ କରୋନା ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦମପୁର ଗ୍ରାମପଞ୍ଚାୟତର ମାଲକାଶୀ ଗାଁର ବାସିନ୍ଦା । ଏହି  ୫୭ ବର୍ଷିଅ ବ୍ୟକ୍ତି ମାର୍ଚ୍ଚ ୨୮ରେ କୋଲକାତାରେୁ ବାସୁଦେବପୁର ଏକ ଭଡାଗାଡ଼ିରେ ଆସିଥିଲେ । ସାଥୀରେ ତାଙ୍କର ୩ ଜଣ ସହଯାତ୍ରୀ ଥିଲେ । ସେ ମାର୍ଚ୍ଚ ୨୮ରୁ ଏପ୍ରିଲ ୧୪ ଯାଏଁ ହୋମ କ୍ୱାରେଣ୍ଟାଇନରେ ଥିଲେ । ଏହା ପରେ ଏପ୍ରିଲ ୧୫ରୁ ୧୯ ମଧ୍ୟରେ ସରକାରୀ କ୍ୱାରେଣ୍ଟାଇନକୁ ସ୍ଥାନାନ୍ତର ହେଲେ । ଏପ୍ରିଲ ୧୯ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ୨୦ ତାରିଖ ଦିନ କଟକ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ।

ରାଜ୍ୟର ୬୩ ନମ୍ବର କରୋନା ଆକ୍ରାନ୍ତ କୋଲକାତାରୁ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିନାୟକପୁର ଅଞ୍ଚଳର ଖରିଦାକୁ ଆସିଥିଲେ । ୫୮ ବର୍ଷିଅ ବ୍ୟକ୍ତି ଏପ୍ରିଲ ୯ ତାରିଖରେ ଏକ ଟ୍ରକରେ ଯାତ୍ରା କରିଥିଲେ । ସେ ଘରେ ପହଞ୍ଚିବା ପରେ ହୋମ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କୁ ମଧ୍ୟ ଏପ୍ରିଲ ୧୫ରେ ସରକାରୀ କ୍ୱାରେଣ୍ଟାଇନକୁ ସ୍ଥାନାନ୍ତରଣ କରାଯାଇଥିଲା । ଏପ୍ରିଲ ୧୯ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏପ୍ରିଲ ୨୦ରେ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

୬୪ ନମ୍ବର କରୋନା ଆକ୍ରାନ୍ତ କୋଲକାତାରୁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ମାଟିପକା ଗାଁକୁ ଆସିଥିଲେ । ୫୫ ବର୍ଷିଅ ବ୍ୟକ୍ତି ଏକ ଭଡ଼ାଗାଡ଼ିରେ ମାର୍ଚ୍ଚ ୨୯ରେ ଘରେ ପହଞ୍ଚିଥିଲେ । ସେ ଯେଉଁ ଗାଡ଼ିରେ ଆସିଥିଲେ ସେଥିରେ ୭ ଜଣ ସହଯାତ୍ରୀ ଥିଲେ । ଘରେ ପହଞ୍ଚିବା ପରେ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ସେ ଏପ୍ରିଲ ୧୪ ଯାଏଁ ହୋମ କ୍ୱାରେଣ୍ଟାଇନରେ ରହିବା ପରେ ଏପ୍ରିଲ ୧୫ରୁ ୧୯ ଯାଏଁ ସରକାରୀ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ ୧୯ରେ ନମୁନା ପଜିଟିଭ ଚିହ୍ନଟ ହେବା ପରେ ୨୦ତାରିଖରେ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ରାଜ୍ୟର ୬୫ତମ କରୋନା ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକର ରାହାଣିଆ ଅଞ୍ଚଳର । ଏହି ୬୬ ବର୍ଷିଅ ବୃଦ୍ଧ କୋଲକାତାରୁ ମାର୍ଚ୍ଚ ୨୮ରେ ଆସିଥିଲେ । ସେ ଏକ ଭଡ଼ା ଗାଡ଼ିରେ ନିଜ ଘରକୁ ଆସିବା ପରେ ଏପ୍ରିଲ ୧୪ ଯାଏଁ ହୋମ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କୁ ଏପ୍ରିଲ ୧୫ ତାରିଖରେ ସରକାରୀ କ୍ୱାରେଣ୍ଟାଇନକୁ ସ୍ଥାନାନ୍ତର କରାଯାଇଥିଲା । ଏପ୍ରିଲ ୧୯ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏପ୍ରିଲ ୨୦ ତାରିଖରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭଣ୍ଡାରୀପୋଖରୀ ବ୍ଲକର କୁସଗଡ଼ିଆ ଅଞ୍ଚଳର ୪୮ ବର୍ଷିଅ ବ୍ୟକ୍ତି ମଧ୍ୟ ମାର୍ଚ୍ଚ ୨୯ରେ କୋଲକାତାରୁ ଫେରିଥିଲେ । ସେ ଯେଉଁ ଭଡ଼ା ଗାଡ଼ିରେ ଆସିଥିଲେ, ସେଥିରେ ୬ ଜଣ ସହଯାତ୍ରୀ ଥିଲେ । ସେ ମାର୍ଚ୍ଚ ୨୯ରୁ ଏପ୍ରିଲ ୧୪ ଯାଏଁ ହୋମ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ ୧୫ରେ ସରକାରୀ କ୍ୱାରେଣ୍ଟାଇନକୁ ସ୍ଥାନାନ୍ତର ହୋଇଥିଲେ । ଏପ୍ରିଲ ୧୯ରେ ସଂପୃକ୍ତ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ଏପ୍ରିଲ ୨୦ ତାରିଖରେ କଟକସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ସମ୍ବନ୍ଧିତ ଖବର