ସାମ୍ନାକୁ ଆସିଲା ରାଜ୍ୟର ସର୍ବକନିଷ୍ଠ କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ

ଭୁବନେଶ୍ୱର: ରାଜ୍ୟର ସର୍ବକନିଷ୍ଠ କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ସାମ୍ନାକୁ ଆସିଛି।  ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ଟୁଇଟ କରି ଏହା ପ୍ରକାଶ କରିଛି । କାଶ ଓ ଥଣ୍ଡାରେ ଆକ୍ରାନ୍ତ ହୋଇଥିବା ବାଲେଶ୍ୱର ଜିଲ୍ଲାର ବହ୍ମପୁରା ଅନ୍ତର୍ଗତ ରିଗିଡି ଅଞ୍ଚଳରୁ ଏହି ଶିଶୁକନ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ରାଜ୍ୟର ୬୮ତମ କରୋନା ଆକ୍ରାନ୍ତ ଶିଶୁକନ୍ୟାଙ୍କୁ ଏପ୍ରିଲ ୬ରେ ଥଣ୍ଡା ଓ କାଶ ହୋଇଥିଲା । ଏହା ପରେ ପରିବାରର ଲୋକେ ସ୍ଥାନୀୟ ବ୍ରହ୍ମପୁରାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏପ୍ରିଲ ୭ ତାରିଖରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନେଇଥିଲେ । କିନ୍ତୁ ଥଣ୍ଡା ନ ଛାଡ଼ିବାରୁ ପୁଣି ଥରେ ୧୬ ତାରିଖ ସେହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ଏପ୍ରିଲ ୧୯ରେ ଶିଶୁକନ୍ୟାର ସ୍ୱାବ ନମୁନା ପଜିଟିଭ ଚିହ୍ନଟ ହୋଇଥିଲା । ଏହା ପରେ ତାକୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏଥି ସହିତ ରାଜ୍ୟ ସରକାର ୬୯ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସଂପର୍କରେ ସୂଚନା ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଅଞ୍ଚଳର ୪୦ ବର୍ଷିଅ ପୁରୁଷ ପଡୋଶୀ କରୋନା ସଂସ୍ପର୍ଶରେ ଆସିଥିଲେ । ସେ ବିଶ୍ରାସ୍ଥିତ ଗୁଡ଼ଗୁଣ୍ଡିଯୋରରେ ଏପ୍ରିଲ ମାର୍ଚ୍ଚ ୨୧ରୁ ୨୯ ପର୍ଯ୍ୟନ୍ତ ନିଜ ଘରେ ଥିଲେ । ମାର୍ଚ୍ଚ ୨୯ରୁ ମାର୍ଚ୍ଚ ୩୧ ମଧ୍ୟରେ ରାଉରକେଲାର ପ୍ଲାଣ୍ଟସାଇଟ ନିକଟ ନାଲା ରୋଗଡକୁ ଔଷଧ କିଣିବାକୁ ଯାଇଥିଲେ । ଏପ୍ରିଲ ୧ରୁ ୧୯ ଯାଏଁ ଗୁଡଗୁଣ୍ଡିଯୋରସ୍ଥିତ ଘରେ ରହିଥିଲେ । ଏପ୍ରିଲ ୨୦ରେ ସେ ପଜିଟିଭ ଚିହ୍ନଟ ହେବା ପରେ ରାଉରକେଲାସ୍ଥିତ ହାଇ-ଟେକ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ।

ସମ୍ବନ୍ଧିତ ଖବର