ଯାଜପୁରର ସଂକ୍ରମିତ ନଂ ୮୩ : ବାଇକରେ ଗାଁରେ ବୁଲିଥିଲେ, ବ୍ୟାଙ୍କ ଯାଇଥିଲେ

ଭୁବନେଶ୍ୱର : ଯାଜପୁର ଜିଲ୍ଲାର ଦଶରଥପୁରରୁ ଚିହ୍ନଟ ୩୮ ବର୍ଷୀୟ ରାଜ୍ୟର ୮୩ ନମ୍ବର ସଂକ୍ରମିତଙ୍କ ଯାତ୍ରା ଇତିହାସ ଜଣାପଡ଼ିଛି । ଏହି ବ୍ୟକ୍ତି ମାର୍ଚ୍ଚ ୩୦ ତାରିଖରେ ହାଓ୍ୱଡ଼ାର ଗଙ୍ଗା ଘାଟରୁ ଅନ୍ୟ ୧୧ ଜଣଙ୍କ ସହ ଓଡ଼ିଶାକୁ ଫେରିଥିଲେ । ୩ ଜଣ ଯାତ୍ରୀ ଭଦ୍ରକରେ ଓହ୍ଲାଇଥିଲେ, ଅନ୍ୟ ୮ ଜଣ ଯାଜପୁର ଟାଉନରେ ଓହ୍ଲାଇଥିଲେ । ଯାଜପୁରରେ ପୁଲିସ ତାଙ୍କୁ ଅଟକାଇ ଘରେ କ୍ୱାରାଣ୍ଟାଇନରେ ରହିବାକୁ କହିଥିଲା ।

ସେ ଘରେ ଏକ ଅଲଗା କୋଠରୀରେ ଏପ୍ରିଲ ୧୪ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନରେ ରହିଥିଲେ । ଏପ୍ରିଲ ୧୫ରୁ ୨୧ ମଧ୍ୟରେ ସେ ବାଇକରେ ଗାଁରେ ବୁଲିବା ସହ ନିଜ ଘରନିର୍ମାଣ କାମ ତଦାରଖ କରିଥିଲେ । ସେ ସ୍ଥାନୀୟ ଏକ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ମଧ୍ୟ ଯାଇଥିଲେ । ୨୨ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କଳିଙ୍ଗନଗର ଟାଟା କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ସମ୍ବନ୍ଧିତ ଖବର