ଭୁବନେଶ୍ବର: ‘ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କର। ଅଭିଯୋଗକୁ ଗୁରୁତ୍ବର ସହ ନେଇ ପଦକ୍ଷେପ ନିଅ।’ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏତଲା ଦେବାକୁ ଥାନାକୁ ଆସୁଥିବା କୌଣସି ବ୍ୟକ୍ତି ଯେପରି ହତାଶ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ବ ଦେଇଛନ୍ତି।
ଶନିବାର ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କ ନେତୃତ୍ବରେ ପୁଲିସ କମିସନର, ଏସ୍ସିଆର୍ବି ନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ରାଜ୍ୟ ଅତିଥି ଭବନରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ସେଠାରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କରିଥିଲେ। ଏହି ସମୟରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ବିଶେଷ କରି ଜୁଲାଇ ପହିଲାରୁ ଦେଶରେ ଲାଗୁହେବ ନାଗରିକ ନ୍ୟାୟ ସଂହିତା। ହଟିବ ଦୀର୍ଘ ୧୫୦ଶହ ବର୍ଷରୁ ଊର୍ଧ୍ବ ସମୟ ଧରି ରହିଥିବା ଆଇପିସି, ସିଆର୍ପିସି ଓ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ଭଳି ବ୍ରିଟିସ୍ ନିୟମ। ନୂଆ ଆଇନ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷୀ ଅଧିନିୟମ ନୂଆ ଆଇନ ଲାଗୁ ନେଇ ଆଲୋଚନା ହୋଇଥିଲା। ତାଲିମ ପ୍ରକ୍ରିୟା କେତେ ଆଗେଇଛି ଓ ନୂଆ ଆଇନ ଲାଗୁ ପାଇଁ କ’ଣ କ’ଣ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/sfhhfsfhshf.jpg)