ଭୁବନେଶ୍ୱର: ପିପିଲି ପୀଡ଼ିତାଙ୍କ ଗାଁରୁ ଫେରିବା ବାଟରେ ଦୟାନଦୀ ନିକଟରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରବିବାର ଧମକ ମିଳିଛି ବୋଲି ଅଭିଯୋଗ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଏହି ଅଭିଯୋଗ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେତେଦିନ ବେହେରା ପରିବାରକୁ ସାହାଯ୍ୟ କରିବ ବୋଲି ଧମକ ମିଳିଥିଲା। ନିର୍ବାଚନରେ ଆମେ ପୁଣି ଜିତିବୁ ବୋଲି କେହି ଜଣେ କହିଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏନେଇ ଡିଜିପି, ଏସ୍ପିଙ୍କୁ ଜଣାଇବାକୁ ଚେଷ୍ଟା କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି।
ପିପିଲି ପୀଡ଼ିତାଙ୍କ ଘରୁ ଫେରି ଧର୍ମେନ୍ଦ୍ର ପ୍ରଧାନ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାମ୍ବାଦିକ ସମ୍ମଳନୀରେ ତାଙ୍କୁ ମିଳିଥିବା ଧମକର ମୋବାଇଲ ରେକଡିଂ ସାମ୍ବାଦିକମାନଙ୍କୁ ଶୁଣାଇଥିଲେ। ପୀଡ଼ିତାଙ୍କ ପରିବାର ଉପରେ ଆକ୍ରମଣ ଆଶଙ୍କା ରହିଛି ବୋଲି ଧର୍ମେନ୍ଦ୍ର ପ୍ରଧାନ ଆଶଙ୍କା କରିଛନ୍ତି। ପ୍ରଧାନ ପୀଡ଼ିତାଙ୍କ ମା’ଙ୍କ ଓଡିଓ ରେକଡିଂ ଶୁଣାଇଥିଲେ।
ସୂଚନାଯୋଗ୍ୟ ପିପିଲି ପୀଡ଼ିତ ମାମଲାରେ ବିବାଦୀୟ ବୟାନ ଦେଇ ରବିବାର ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହି ମାମଲାର ରାୟ ପ୍ରକାଶ ପାଇବା ପରେ ମହରାଥୀ ବିବାଦୀୟ ବୟାନ ଦେଇଥିଲେ। ମହାରଥୀ କହିଥିଲେ, ସତ୍ୟର ଜୟ ହୋଇଛି, ପିପିଲି ପୀଡ଼ିତାଙ୍କୁ ନ୍ୟାୟ ମିଳିଛି।