ଗାନ୍ଧିଛକ: ଚିକିତ୍ସା ଅବହେଳାରୁ ଜଣେ ଶିଶୁର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ ହୋଇଛି। ଏ ନେଇ କିଛି ସମୟ ପାଇଁ ବସ୍ତା ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା। ସୂଚନା ଅନୁସାରରେ, ରାସଗୋବିନ୍ଦପୁର ବ୍ଲକ ଖୁଣ୍ଟା ଗ୍ରାମର ଗଣେଶ ଚନ୍ଦ୍ର ରାମଙ୍କ ୫ ବର୍ଷର ଶିଶୁପୁତ୍ର ସୁରଂଜନ ଅସୁସ୍ଥ ହେବାରୁ ତାକୁ ଗତ ୧ ତାରିଖରେ ବସ୍ତା ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡା. ରତ୍ନାକର ଦାସ ଶିଶୁର ଚିକିତ୍ସା କରିଥିଲେ। ଆଜି ପୁଣି ଗୁରୁତର ଶିଶୁଟିକୁ ବାପାମାଆ ବସ୍ତା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହାପରେ ଶିଶୁର ବାପାମାଆ ଚିକିତ୍ସା ଅବହେଳାରୁ ତାଙ୍କ ପୁଅର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରିବାରୁ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏ ନେଇ ଡା. ଦାସଙ୍କୁ ପଚାରିବାରୁ ଚିକିତ୍ସା ଅବହେଳାକୁ ଅସ୍ୱୀକାର କରିଥିଲେ।