କେମିତି କରୋନା ଚିକିତ୍ସା କରିବେ ? ଭିଡିଓ କନଫରେନ୍ସିଂ ଜରିଆରେ ତାଲିମ ନେବେ ୧୪ ଜିଲ୍ଲାର ଡାକ୍ତର

କଟକ: କେମିତି ପ୍ରାଥମିକ ଚିକିତ୍ସା କରିବେ, ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀଙ୍କ ଚିକିତ୍ସା ସମୟରେ କେଉଁ ଭଳି ସତକର୍ତା ଅବଲମ୍ବନ କରିବେ, କରୋନା ମୁକାବିଲା କରିବେ କିପରି ସେଥିପାଇଁ ୧୪ଟି ଜିଲ୍ଲାର ଡାକ୍ତରଙ୍କୁ ତାଲିମ ଦେବେ ଏସସିବି ବିଶେଷଜ୍ଞ ଟିମ।
ଏସସିବି ଟେଲିମେଡିସିନ ବିଭାଗରେ ଭିଡିଓ କନଫରରେନ୍ସିଂ ମାଧ୍ୟମରେ ୧୪ଜିଲ୍ଲାର ୧୫୦ ଡାକ୍ତରଙ୍କୁ ଏହି ତାଲିମ ଦିଆଯିବ। ଏହି ତାଲିମ କାର୍ଯ୍ୟକ୍ରମରେ ଟିମ ଲିଡ଼ର ଭାବେ ପ୍ରଫେସର ଡାକ୍ତର ନିବେଦିତା ପାଣି, ସହଯୋଗୀ ପ୍ରଫେସର ଡାକ୍ତର କଲ୍ୟାଣୀବାଳା ନାୟକ,ସହଯୋଗୀ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଶବଣ ରାଉତରାୟ, ସହଯୋଗୀ ପ୍ରଫେସର ଡାକ୍ତର ସୀତା ମହାନ୍ତି,ସହଯୋଗୀ ପ୍ରଫେସର ଡାକ୍ତର ସୁବଳ ପ୍ରଧାନ ଓ ଆସିଷ୍ଟାଣ୍ଟ ପ୍ରଫେସର ଦେବଦାସ ବିଶ୍ୱାଳ ପ୍ରମୁଖ ତାଲିମ ଦେବେ।

ସେହିପରି ଗତକାଲି କରୋନା ମୁକାବିଲା ପାଇଁ କଟକ ବଡ ଡାକ୍ତରଖାନାର ପାଖାପାଖି ୭ଶହ କାର୍ଯ୍ୟରତ ଡାକ୍ତର, ସିନିୟର ରେସିଡେଣ୍ଟ, ପିଜି ଛାତ୍ରଙ୍କୁ ତାଲିମ୍ ଦିଆଯାଇଛି। ୧୫ ଜଣ ମାଷ୍ଟର ଟ୍ରେନରଙ୍କୁ କରୋନା ମୁକାବିଲା, ସଂକ୍ରମଣକୁ ରୋକାଯିବା ଚିକିତ୍ସା ବ୍ୟବସ୍ଥା, ସତର୍କତା, ପିପିଇ କିଟର ବ୍ୟବହାର, ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କିପରି କରାଯିବ ସେସବୁର ବିଭିନ୍ନ ଦିଗ ଉପରେ ତାଲିମ୍ ଦିଆଯାଇଛି।
ଏସ୍ସିବି ଡିନ୍ ତଥା ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ତାଲିମ୍ କାର୍ଯ୍ୟକ୍ରମକୁ ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବିରଞ୍ଚି ନାରାୟଣ ମହାପାତ୍ର ପରିଚାଳନା କରିଥିଲେ। ତାଲିମଦାତାଭାବେ ପଲମ୍ୟୁନାରି ମେଡିସିନ୍ ବିଭାଗର ସହଯୋଗୀ ପ୍ରଫେସର ଡାକ୍ତର ଥିଟା ମହାନ୍ତି ଓ ମାଇକ୍ରୋ ବାୟୋଲୋଜି ବିଭାଗର ସହାକାରୀ ପ୍ରଫେସର ଡି.ପି.ମହାନ୍ତି ଦିଲ୍ଲୀରୁ ତାଲିମ୍ ନେଇ ଫେରିବା ପରେ ସେ ୧୫ଜଣ ମାଷ୍ଟର ଟ୍ରେନରଙ୍କୁ ତାଲିମ ଦେଇ ଥିଲେ।

ସମ୍ବନ୍ଧିତ ଖବର