ରାଉରକେଲା: ବିଶ୍ବ ପୁରୁଷ ହକି ପାଇଁ ଚକାଚକ୍ ହେଉଛି ସ୍ମାର୍ଟସିଟି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ସମ୍ପ୍ରସାରଣ ନାଁରେ ଚାଲିଛି ଗଛକଟା। ତାହାପୁଣି ସହରର ବାସନ୍ତୀ କଲୋନି- ଡିଏଭି ପ୍ରମୁଖ ରାସ୍ତା ପାର୍ଶ୍ବରେ। ବାସନ୍ତୀକଲୋନିରୁ ଡିଏଭି ଛକ ପର୍ଯ୍ୟସ୍ତ ରାସ୍ତାର ଉଭୟ ପାର୍ଶ୍ବରେ କିଛି ଗଛକୁ ସମ୍ପୂର୍ଣ୍ଟ କାଟି ଦିଆଯାଇଛି। ଗଛଗୁଡ଼ିକୁ ନ କାଟି ତା’ ଚତୁଃପାର୍ଶ୍ବରେ ସୌନ୍ଦର୍ଯ୍ୟକରଣ କରାଯାଇପାରନ୍ତା। ଠିକା ସଂସ୍ଥା ତା’ ନ କରି, ଗଛଗୁଡ଼ିକୁ ମନଇଚ୍ଛା କାଟି ଦେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସବୁଜ ସୁନ୍ଦର ସହର ଗଢ଼ିବାକୁ ସବୁ ସ୍ତରରେ ଉଦ୍ୟମ ହେଉଥିବାବେଳେ ରାସ୍ତା ସମ୍ପ୍ରସାରଣ ନାଁରେ ଏଭଳି ବେଆଇନ କାର୍ଯ୍ୟକୁ ସହରବାସୀ ନାପସନ୍ଦ କରିଛନ୍ତି। ଗଛଗୁଡ଼ିକୁ କାଟିବାକୁ ରାଉରକେଲା ବନ ବିଭାଗ ପକ୍ଷରୁ ଅନୁମତି ଅଣାଯାଇଥିଲା କି? କେଉଁ ପରିସ୍ଥିତିରେ ଏଭଳି ବଡ ବଡ ଗଛଗୁଡ଼ିକୁ କାଟିବାକୁ ଅନୁମତି ମିଳିଲା, ତାକୁ ନେଇ ସହରବାସୀ ପ୍ରଶ୍ନ କରିଛନ୍ତି। ଯଦି ଅନୁମତି ମିଳି ନାହିଁ, ଗଛ କାଟିଥିବା ଠିକା ସଂସ୍ଥା ବିରୋଧରେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେବ ତ ? କେବଳ ବାସନ୍ତୀକଲୋନି- ଡିଏଭି ରାସ୍ତା ନୁହେଁ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଗଛଗୁଡ଼ିକୁ କାଟି ଦିଆଯାଇଛି।
ରାସ୍ତା ସୌନ୍ଦର୍ଯ୍ୟକରଣ ନାଁରେ ଅବାଧ ଗଛ କଟା
/sambad/media/post_attachments/wp-content/uploads/2022/11/0c2d76ab-5273-4d68-bbc2-4914b3f83a18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)