ବିଧାୟକଙ୍କ କ୍ୱାର୍ଟର ପାଇଁ ଗଛକଟା ପ୍ରସଙ୍ଗ, ଜବାବ ତଲବ କଲେ ହାଇକୋର୍ଟ

କଟକ: ଭୁବନେଶ୍ୱର ୟୁନିଟ ୪ରେ ବିଧାୟକଙ୍କ କ୍ୱାର୍ଟର ନିର୍ମାଣ ଲାଗି ପୁରୁଣା ମୂଲ୍ୟବାନ ଗଛକଟା ଯିବାକୁ ବିରୋଧ କରି ଦାୟର ହୋଇଥିବା ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ସଚିବଙ୍କୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି।
ନିର୍ମାଣ, ଗଛକଟା, ବନୀକରଣ ନେଇ ବିସ୍ତୃତ ବିବରଣୀ ଦେବାକୁ ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୟନ୍ତୀ ଦାସଙ୍କ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବେଆଇନ ଭାବେ ବିନା ଅନୁମତିରେ ଏହି ପ୍ରକଳ୍ପ ପାଇଁ ୮୭୦ ଗଛ କାଟିବାକୁ ପ୍ରସ୍ତାବ ରହିଛି। ଏପରି ଗଛ କଟାର କଣ୍ ପ୍ରଭାବ ପଡ଼ିବ ତାହା ଚିନ୍ତା କରାଯାଇ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର