ହରଭଙ୍ଗା: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ-ନୟାଗଡ ଜିଲ୍ଲା ସୀମାନ୍ତ ବାଣିଗୋଛା ନିକଟରେ ଏକ ବିରାଟ ଶାଳ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା।
ଫଳରେ ଭୁବନେଶ୍ବର, ନୟାଗଡ଼ ପଟୁ ଆସୁଥିବା ବିଭିନ୍ନ ଯାତ୍ରୀବାହୀ ବସ, କାର ତଥା ମାଲବାହୀ ଟ୍ରକ ସମେତ ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ସୋନପୁର ଓ ଫୁଲବାଣୀ ପଟୁ ଯାଉଥିବା ବହୁ ସଂଖ୍ୟକ ଗାଡ଼ି ଦୀର୍ଘ ସମୟ ଧରି ରାସ୍ତାରେ ଅଟକି ରହିଥିଲା। ଯାହା ଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/19-20.jpg)