କେନ୍ଦୁଝର : ସାଧାରଣତଃ ବିଦେଶରେ ଟ୍ରି ହାଉସ ବା ଗଛ ଘର ଦେଖିବାକୁ ମିଳିଥାଏ। ଆମ ଦେଶ, ରାଜ୍ୟ ବା କେନ୍ଦୁଝର ଭଳି ଜିଲ୍ଲାରେ ଏଭଳି ଟ୍ରି ହାଉସ ବା ଗଛ ଘର କଥା ଶୁଣିଲେ ଯେ କହି ବି ଆଶ୍ଚର୍ଯ୍ୟ ହେବ। ଏମିତି ଏକ ଟ୍ରି ହାଉସ୍ ଅଛି କେନ୍ଦୁଝରରେ। ସଉକ୍ରେ ତିଆରି ହୋଇଥିବା ଏହି ଟ୍ରି-ହାଉସରେ ରହିଛି ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା। କେନ୍ଦୁଝର ସହରର ବ୍ୟବସାୟୀ ଚିନ୍ମୟ ସାମଲଙ୍କର ଛୋଟ ବେଳୁ ଏକ ଟ୍ରି ହାଉସ କରିବାକୁ ଇଚ୍ଛା ଥିଲା। ସମୟକ୍ରମେ ଏହି ଇଚ୍ଛାଟି ମରିବାକୁ ବସିଥିବା ବେଳେ ସହର ଉପକଣ୍ଠ ନରଣପୁରରେ ଥିବା ତାଙ୍କ ଜମିରେ ଏକ ବିଶାଳକାୟ ଶାଳ ଗଛ ହିଁ ତାଙ୍କ ଇଚ୍ଛାକୁ ଉଜ୍ଜୀବିତ କରିଥିଲା। ଏହି ଗଛଟିର ଶାଖା ପ୍ରଶାଖା ଟ୍ରି-ହାଉସ୍ ପାଇଁ ଉପଯୁକ୍ତ ବୋଲି ଜାଣିବା ପରେ ସେ ଗତ କିଛିଦିନ ଧରି ସେ ଏହାର ନିର୍ମାଣ କାମରେ ଲାଗିଥିଲେ। ଏହି ବିଶାଳକାୟ ଶାଳ ଗଛରେ ଥିବା ଛଅଟି ଶାଖାରେ ଲୁହାର ନଟ୍ ବୋଲ୍ଟ ଭିଡ଼ି ତା’ ଉପରେ କାଠ ବିମ୍ରେ ଚଟାଣ ତିଆରି କରିଥିଲେ। ଏହା ଉପରେ ଘରଟିଏ ଅତି ସୁନ୍ଦର ଭାବେ ତିଆରି କରିଥିଲେ। ଏହି ଟ୍ରି ହାଉସର ଦୁଇଟି ବେଡ୍ ରହିଥିବା ବେଳେ ତିନୋଟି ବାଲକୋନି ରହିଛି। ସେହିପରି ଏଥିରେ ଏକ କିଚେନ ସହିତ ବାଥ୍ରୁମ୍ ମଧୢ ରହିଛି। ବାଲକୋନିରେ ଛୋଟ ଛୋଟ ଫୁଲକୁଣ୍ତ ଝୁଲୁଥିବାରୁ ଏହାର ଆକର୍ଷଣ ବେଶ୍ ବୃଦ୍ଧି ପାଇଛି। ଏସି (ବାତାନୁକୂଳ) ବ୍ୟବସ୍ଥାଠୁ ଆରମ୍ଭ କରି ସୋଫାସେଟ୍ ରହିବାର ବ୍ୟବସ୍ଥା ଥିବା ଏହି ଟ୍ର ହାଉସ୍ କେନ୍ଦୁଝରବାସୀଙ୍କ ପାଇଁ ସ˚ପୂର୍ଣ୍ଣ ନୂଆ ହୋଇଥିବାରୁ ଏହି ରାସ୍ତା ଦେଇ ଯିଏ ବି ଯାଉଛି ତାଙ୍କ ଆଖି ଲାଖି ରହୁଛି।
କେନ୍ଦୁଝରରେ ଗଛ ଘର
/sambad/media/post_attachments/wp-content/uploads/2019/05/Jaj-kendujhar-Tree-house-1-1-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)