ରାଉରକେଲା: ରାଉରକେଲା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ବୃହତ୍ ସବୁଜିମା ବଳୟ ବିକଶିତ କରିବାରେ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ପ୍ରମୁଖ ଭୂମିକା ନିର୍ବାହ କରିଛି। ରାଜ୍ୟ ସରକାରଙ୍କ ବନ ବିଭାଗ ସହଯୋଗରେ ଏକଦା ଶୁଖିଲା ପଡ଼ିଥିବା ଜମିରେ ନିରନ୍ତର ବନୀକରଣ କରାଯାଉଛି। ପାହାଡ଼ ପରିବେଷ୍ଟିତ ତଥା ଅନେକ ପାର୍କ, ନର୍ସରୀ, ବଗିଚା ଏବଂ ସଡ଼କ ପାର୍ଶ୍ୱ ବୃକ୍ଷରୋପଣ ସହିତ ଇସ୍ପାତ ସହର ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରୁଛି। ସ୍ଥାପନାଠାରୁ ଆଜି ପର୍ଯ୍ୟନ୍ତ, ଆର୍‌ଏସ୍‌ପି ସହରାଞ୍ଚଳ ଓ କାରଖାନା ପରିସରରେ ପାଖାପାଖି ୫୨ ଲକ୍ଷ ବୃକ୍ଷରୋପଣ କରିଛି। ଏହାଦ୍ବାରା ୩୪୫୧ ଏକର ଜମିରେ ଏକ ବୃହତ ସବୁଜିମାର ବଳୟ ସୃଷ୍ଟି ହୋଇପାରିଛି।
Advertisment
publive-image
ସହରର ସବୁଜିମାକୁ ଆହୁରି ବ୍ୟାପକ କରିବାକୁ ପ୍ରତିବର୍ଷ ମୌସୁମୀ ସମୟରେ ବୃକ୍ଷରୋପଣ ଅଭିଯାନକୁ ବ୍ୟାପକ ରାଯାଇଥାଏ। ବନ ବିଭାଗ ସହଯୋଗରେ ସେକ୍ଟର-୮ରେ ଥିବା ନର୍ସରୀରୁ ଚାରା ଯୋଗାଯାଉଛି। ତେବେ ଏହି ନର୍ସରୀରେ ଥିବା ଚାରାର ରକ୍ଷଣାବେକ୍ଷଣ ଓ ସୁରକ୍ଷା ସହାୟତା ବନ ବିଭାଗ ଯୋଗାଉଛି। ଗତ ୧୩ ତାରିଖରେ ଏ ବର୍ଷର ବୃକ୍ଷରୋପଣ ଅଭିଯାନ ଆରମ୍ଭ ହୋଇଥିଲା। ସେକ୍ଟର-୧ ଇସ୍ପାତ ବୃକ୍ଷ ବିହାରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ଡ. ଏ.କେ. ମିଶ୍ର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡ.ଅନୁପ ମଲ୍ଲିକଙ୍କ ସମେତ, ବନ ବିଭାଗ ଓ ଆରଏସପିର ବହୁ ବରିଷ୍ଠ ଅଧିକାରୀ, ଅଢ଼େଇ ଶହରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହା କେବଳ ଇସ୍ପାତ କାରଖାନା ଓ ସହର ଭିତରେ ଅବ୍ୟବହୃତ ଜମିରେ ବୃକ୍ଷରୋପଣ କରାଯାଉନି; ବରଂ ସବୁଜ ପାର୍କ/ଉଦ୍ୟାନ ତିଆରି ବ୍ୟାପକ ଗଛ ଲଗାଯାଉଛି। ୨୨୫ ଏକର ପରିମିତ ଗ୍ରୀନ୍ ପାର୍କ ସ୍ଥାପନା କରାଯାଇଛି, ଯେଉଁଠାରେ ୨.୨୫ ଲକ୍ଷରୁ ଅଧିକ ବୃକ୍ଷ ରହିଛି। ଏଥିସମେତ ପ୍ରାୟ ୮୪ ହଜାର ଗଛ ଥିବା ଗ୍ରୀନ୍ ମେଡୋସ, ପ୍ରାୟ ୬୬ ହଜାର ଗଛ ଥିବା ଗ୍ରୀନ୍ ଭ୍ୟାଲି, ୨୭ ହଜାର ଗଛ ଥିବା ଲାଗୁନ୍ ପାର୍କ ଆଦି ଏକାଧିକ ଉଦ୍ୟାନ ରହିଛି। ଆଗାମୀ ଦିନରେ ଏହି ସବୁଜିମା ବୃଦ୍ଧି ଯୋଜନା ବ୍ୟାପକ କରିବାକୁ କାରଖାନା କର୍ତ୍ତୃପକ୍ଷ ଯୋଜନା ରଖିଛନ୍ତି।