ରେମୁଣା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ

ରେମୁଣା : ରେମୁଣା ସମ୍ବାଦ-ସାହିତ୍ୟ ଘର ଆନୁକୂଲ୍ୟରେ ମହାବୀର ଆବାସିକ ଉଚ୍ଚ ବିଦ୍ୟାଳୟ ସହଯୋଗରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଘରର ସଭାପତି ଡ. ଭାଗବତ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପ୍ରଧାନଶିକ୍ଷକ ଯୋଗେନ୍ଦ୍ର ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ସରପଞ୍ଚ ବସନ୍ତ କୁମାର ପ୍ରଧାନ, ଶିକ୍ଷାବିତ୍‌ ନିରଂଜନ ସାହୁ, ସାହିତ୍ୟିକ ବିକର୍ତ୍ତନ ନାୟକ, ଶିକ୍ଷାବିତ୍‌ ଡ. ରତ୍ନାକର ସିଂହ, ଯୋଗେନ୍ଦ୍ରନାଥ ସିଂହ, କବି ଗର୍ଗପଦ ପଣ୍ଡା, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ ସତ୍ୟଭାମା ମୁଦୁଲି, ପ୍ରଧାନଶିକ୍ଷୟିତ୍ରୀ ମୋନାଲିସା ଦାସ ପ୍ରମୁଖ ଯୋଗ ଦେଇ ୧୦୦ରୁ ଅଧିକ ବିଭିନ୍ନ ପ୍ରକାର ଗଛ ଲଗାଇଥିଲେ।

ଏହି ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ସାହିତ୍ୟ ଘରର ସଂଯୋଜକ ଗୋବିନ୍ଦଚନ୍ଦ୍ର ପାଢ଼ୀ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ମହାରଣା ସ୍ବାଗତ ଭାଷଣ, ସଂପାଦକ ନାଟ୍ୟକାର ପ୍ରଦୀପ କୁମାର ମିଶ୍ର ଅତିଥି ପରିଚୟ ଓ ବେଦପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲର ସଂପାଦକ ରାଧାଗୋବିନ୍ଦ ମହାରଣା, ଗୁରୁଜୀ ରାଧାରଂଜନ ଦାସ, ସୁଚିସ୍ମିତା ବେହେରା, ଜ୍ୟୋତିରଂଜନ ପଣ୍ଡା, ମୌସୁମୀ ବାରିକ, ବିଜୟ କୁମାର ସାସମଲ, ଡ. ନରୋତ୍ତମ ପରିଡ଼ା, ବିଜୟ କୁମାର ଦାସ, ଅଧ୍ୟାପକ ପ୍ରଶାନ୍ତ କୁମାର ବରାଳ, ମିନତୀ ପାତ୍ର, ବାସନ୍ତୀ ଦାସ, ସାରଦାନନ୍ଦନ ପାଲିତ, ପ୍ରଭାକର ସାହୁ, ପଦ୍ମଲୋଚନ ପ୍ରଧାନଙ୍କ ସମେତ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଗୁରୁଜୀ ଶ୍ରୀ ଦାସ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଆଗାମୀ ୭ ତାରିଖରେ ଭୀମେଶ୍ବର କଲେଜ ପରିସରରେ ଅନୁଷ୍ଠିତ ହେବ ବୋଲି ସଂଯୋଜକ ଶ୍ରୀ ପାଢ଼ୀ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର