କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍‌ କେନ୍ଦୁଆଠାରେ ସମ୍ବାଦ ସାହିତ୍ୟଘର ଏବଂ ବନ ବିଭାଗର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସପ୍ତାହ ବ୍ୟାପୀ ୨୦୦୦ ଚାରାରୋପଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ନେଲୁଙ୍ଗ ସରପଞ୍ଚ ଚନ୍ଦ୍ରମଣି ସିଂ, ବୋଦାପଳସା ସରପଞ୍ଚ ସୁଧାଂଶୁ ଶେଖର ନାୟକ, ବାଉରୀପଦା ସରପଞ୍ଚ ବିନୋଦିନୀ ଦେହୁରୀ, କେନ୍ଦୁଝର ସଦର ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ, ଟାଉନ ଫରେଷ୍ଟର କାଳନ୍ଦୀ ଚରଣ ସାମଲ, ବେଲଦା ବିଟ୍ ଫରେଷ୍ଟ ଗାର୍ଡ ମିତ୍ରଭାନୁ ନାୟକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

Advertisment

ସମ୍ବାଦ କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ବାଇଁ, ସହର ପ୍ରତିନିଧି ସୁଧାଂଶ ଶେଖର ସାହୁ, ବିଜ୍ଞାପନ ଅଧିକାରୀ ପାର୍ଥସାରଥି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅଁଳା, ଆମ୍ବ, ପଣସ, ଜାମୁ ଆଦି ବିଭିନ୍ନ କିସମର ଚାରାରୋପଣ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପ୍ରଦୀପ ମହାନ୍ତି, ନରେଶ ପଟ୍ଟନାୟକ, ହେମନ୍ତ ମହାରଣା, ସମାଜସେବୀ ଉଦୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।