କେନ୍ଦୁଝର : ପ୍ରବଳ ବର୍ଷାରେ ଘର ଉପରେ ଉପୁଡ଼ି ପଡ଼ିଥିବା ଏକ ଗଛକୁ ପ୍ରଶାସନ ଦୁଇଦିନ ପରେ କାଟି ସଫା କରିଛି। ୧୬ ତାରିଖ ଅପରାହ୍ଣ ୩ଟା ବେଳେ ଗ୍ରାମର ଚକ୍ରଧର ସାହୁ, ଏମଡି ମଗିରା ହୁସେନ ଏବଂ ଏମଡି ସୈଫୁଲ୍ ଆଲାମଙ୍କ ଘର ଉପରେ ଏକ ବିଶାଳକାୟ ଜଡି ଗଛ ପଡ଼ିଯାଇଥିଲା। ଲୋକମାନେ ପ୍ରାଣ ବିକଳରେ ଘର ବାହାରକୁ ଚାଲି ଆସିଥିଲେ। ଖବର ପାଇ କେନ୍ଦୁଝର ଅଗ୍ନଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚିଥିଲେ । ଘଟଣାର ଅନୁଧ୍ୟାନ କରିବା ପରେ ଘର ଗୁଡିକ ଉପରେ ସଂପୂର୍ଣ୍ଣ ବିପଦ ଥିବାରୁ ସେମାନେ ଗଛକୁ କାଟି ନଥିଲେ।

Advertisment

ପରେ ୧୭ ତାରିଖ ମଧ୍ୟାହ୍ଣ ୧୨ଟା ବେଳେ ବନ ବିଭାଗ ଓ ଅଗ୍ନିଶମ ବିଭାଗ ମିଶି ଗଛକୁ କାଟିବା ଆରମ୍ଭ କରିଥିଲେ । ୨ଟି ହାଇଡ୍ରାକୁ ଗଛ କାଟିବାରେ ନିୟୋଜିତ କରିଥିଲେ। ଗଛକୁ ସୁରକ୍ଷିତ ଭାବେ ଆଜି କାଟି ଶେଷ କରିଥିଲେ। ଗଛଟି ରାଇସୁଆଁ –ବାଉରୀପଦା ପଞ୍ଚାୟତର ମୁଖ୍ୟ ରାସ୍ତା ଉପରେ ପଡ଼ିଥିବାରୁ ୩ ଦିନ ହେଲା ସେହି ରାସ୍ତା ଦେଇ କୌଣସି ବଡ଼ଗାଡ଼ି ଚଳାଚଳ କରିପାରି ନଥିଲା। ଆଜି ମଧ୍ୟାହ୍ଣ ଗୋଟାଏ ପାଖାପାଖି ସମୟରେ ଗଛକଟା ଶେଷ ହେବା ପରେ ରାସ୍ତାରେ ସ୍ବାଭାବିକ ଭାବେ ଗାଡ଼ି ଚଳାଚଳ କରିଥିଲା। ୧୬ ତାରିଖରୁ ସେହି ଅଞ୍ଚଳରେ ବିଦ୍ୟୁତ ନାହିଁ । କାରଣ ଗଛଟି ବିଦ୍ୟୁତ ତାର ଉପରେ ପଡିଥିବାରୁ ବିଦ୍ୟୁତ କାଟ୍ ହୋଇଥିଲା।