ବ୍ଲାକରୋଜରେ ପିଟି ହୋଇ ଓଲଟିଲା ଟ୍ରଲର; ୪ ମତ୍ସ୍ୟଜୀବୀ ନିଖୋଜ

ଜଗତସିଂହପୁର: ସମୁଦ୍ରରେ ବୁଡ଼ି ରହିଥିବା ବ୍ଲାକରୋଜ ଜାହାଜ ଯୋଗୁଁ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି l ସକାଳୁ ପାରଦୀପ ମାଛ ଧରା ବନ୍ଦରରୁ ମା’ ମିନି ନାମକ ଏକ ମାଛ ଧରା ଟ୍ରଲର ମାଛ ଧରିବା ପାଇଁ ଯାଇଥିଲା l ଏହି ସମୟରେ ଟ୍ରଲର ଚାଳକ ଜଣକ ଦିଗ ଜାଣି ନ ପାରିବାରୁ ବ୍ଲାକରୋଜରେ ପିଟି ହୋଇଯାଇଥିଲା l ଫଳରେ ଟ୍ରଲରରେ ଥିବା ୯ ଜଣ ନିଖୋଜ ହୋଇଯାଇଥିଲେ | ନିଖୋଜ ୯ଜଣଙ୍କ ମଧ୍ୟରୁ ଏବେ ସୁଦ୍ଧା ୫ ଜଣଙ୍କୁ ଉଦ୍ଧାର କରାଯାଇଛି l ଆଉ ୪ ଜଣ ନିଖୋଜ ଥିବାରୁ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି l

ପୂର୍ବରୁ ମଧ୍ୟ ୨୦୧୯ ନଭେମ୍ବର ମାସରେ ଏକ ମାଛଧରା ଡଙ୍ଗା ଏହି ଜାହାଜରେ ମାଡ ହୋଇ ବୁଡିଯାଇଥିଲା । ଏଥିରେ ଥିବା ୬ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା । ନେହରୁ ବଙ୍ଗଳା ମାଛଧରା ବନ୍ଦରକୁ ଫେରୁଥିବା ବେଳେ ‘ବ୍ଲାକରୋଜ’ ଜାହାଜକୁ ମାଛଧରା ଡଙ୍ଗା ଶକ୍ତ ଧକ୍କା ଦେବାରୁ ଡଙ୍ଗା ବୁଡ଼ିଯାଇଛି ।

୨୦୦୯ ମସିହା ୯ ସେପ୍ଟେମ୍ବରରେ ବ୍ଲାକରୋଜ ନାମକ ବିଦେଶୀ ଜାହାଜ ପାରାଦୀପ ବନ୍ଦର ନିକଟରେ ସମୁଦ୍ରରେ ବୁଡିଯାଇଥିଲା । ୨୦୦୯ ମସିହାରେ ଏହାକୁ ନେଇ ବଡ଼ ଧରଣର ତୁମ୍ଭିତୋଫାନ୍ ହୋଇଥିଲା । ଏହାକୁ ନେଇ ରାଜନୈତିକ ସ୍ତରରେ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା ।

ସମ୍ବନ୍ଧିତ ଖବର