ସମସ୍ତ ୩୧୫ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ: ଆଗରେ ବିଜେଡି

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେଉଛି। ଏବେ ସମସ୍ତ ୩୧୫ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ ମିଳିଛି। ମିଳିଥିବା ଟ୍ରେଣ୍ଡ ଅନୁଯାୟୀ, ବିଜେଡି ୨୬୮ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଛି। ଅପରପକ୍ଷରେ ବିଜେପି ଦ୍ବିତୀୟ ସ୍ଥାନରେ ରହିଛି। ବିଜେପି ମାତ୍ର ୨୫ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବାର ସୂଚନା ମିଳିଛି। ଏଣେ କଂଗ୍ରେସ ୧୬ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବା ଜଣାଯାଇଛି। ଏହାଅନ୍ୟମାନେ ୬ଟି ଜୋନରେ ଆଗୁଆ ରହିଛନ୍ତି।

ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁସାରେ, ୧୦ଟି ଜିଲ୍ଲାରେ ବିଜେଡି ଆଗରେ ରହିଛି। ଭଦ୍ରକ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, ମାଲକାନଗିରି, ନୟାଗଡ଼, ପୁରୀ ଓ ସୋନପୁର ଆଦି ଜିଲ୍ଲାରେ  ବିଜେଡି ଆଗରେ ରହିଛି। ସେପଟେ, ବିଜେପି୧୫ଟି ଜିଲ୍ଲାରେ ଖାତା ଖୋଲିନି। ଏହିସବୁ ଜିଲ୍ଲା ହେଲା ଭଦ୍ରକ, ,ଦେବଗଡ଼, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼,ନୂଆପଡା, ପୁରୀ, ରାୟଗଡା ଓ ସୋନପୁର।

ସମ୍ବନ୍ଧିତ ଖବର