ପାରଳାଖେମୁଣ୍ତି : କେନ୍ଦ୍ର ରେଳ ମନ୍ତ୍ରଣାଳୟ ତରଫରୁ ଦେଶର ସମସ୍ତ ରେଳଷ୍ଟେସନ୍ ଗୁଡ଼ିକରେ ବଡ଼ ଧରଣର ତ୍ରିରଙ୍ଗା ପତାକା ଉତ୍ତୋଳନ ପାଇଁ ନିଷ୍ପତ୍ତି କରା ଯାଇଥିଲା। ପରେ ପରେ ପୂର୍ବତଟ ରେଳବାଇ ପକ୍ଷରୁ ସମସ୍ତ ଜିଲ୍ଲା ହେଡ୍କ୍ବାର୍ଟର୍ ଷ୍ଟେସନ୍ ଗୁଡ଼ିକରେ ପ୍ରାଥମିକ ପର୍ଯ୍ୟାୟରେ ତ୍ରିରଙ୍ଗା ପତାକା ସ୍ଥାପନ କରା ଯାଇଥିଲା। ତେବେ କରୋନା କଟକଣା ପାଇଁ ଏହି କାର୍ଯ୍ୟକ୍ରମ ଅଟକି ଯାଇଥିଲା। ଫଳରେ ଷ୍ଟେସନ୍ ମାନଙ୍କରେ ତ୍ରିରଙ୍ଗା ଉଡ଼ିପାରି ନଥିଲା। ମାତ୍ର କରୋନା କଟକଣା ହଟିବା ପରେ ଏହି କାମ ପୁଣି ଥରେ ଆରମ୍ଭ ହୋଇଛି। ଏହି କ୍ରମରେ ପୂର୍ବତଟ୍ ରେଳ ବିଭାଗ ଅଧୀନରେ ଥିବା ପାରଳାଖେମୁଣ୍ତି ରେଳ ଷ୍ଟେସନ୍ରେ ୧୦୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଏକ ତ୍ରିରଙ୍ଗା ପତାକାକୁ ସ୍ଥାପନ କରାଯାଇଛି। ତେବେ ଏହା ପରୀକ୍ଷାମୂଳକ ଭାବେ ଲଗା ଯାଇଥିବା କର୍ତ୍ତୃପକ୍ଷ କହିଥିବା ବେଳେ ଖୁବ୍ ଶୀଘ୍ର ଏହି ପତାକାକୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ପ୍ରକାରେ ବିଧିବଦ୍ଧ ଭାବେ ଉଦ୍ଘାଟନ କରାଯିବ ବୋଲି ସୂଚନା ମିଳିଛି।
ପାରଳାଖେମୁଣ୍ତି ରେଳଷ୍ଟେସନରେ ଉଡ଼ିଲା ତ୍ରିରଙ୍ଗା
/sambad/media/post_attachments/wp-content/uploads/2021/02/parala-station.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)