ବାଗବାହାଲିରେ ଆଦିବାସୀ ସଂଘର ବୈଠକ: ନିର୍ବାଚନ ଲଢ଼ୁଥିବା ସମସ୍ତ ଆଦିବାସୀ ପ୍ରାର୍ଥୀଙ୍କୁ ବାସନ୍ଦ ପାଇଁ ଆହ୍ୱାନ

ପାଟଣାଗଡ଼ : ପାଟଣାଗଡ଼ ବ୍ଲକ ତମିଆଁ ପଞ୍ଚାୟତ ବାଗବାହାଲି ଗ୍ରାମରେ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘର ଏକ ବୈଠକ ବସିଥିଲା। ସେବତୀ ଭୁଏଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ଓ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘର କାର୍ଯ୍ୟକାରୀ ସଭାପତି ଶ୍ୟାମ ସୁନ୍ଦର ଭୋଇ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସାରଥୀ ବାଗ, ନିତ୍ୟାନନ୍ଦ ଶବର, ନିମାଇଁ ଗଡ଼ତିଆ, ଗୌରିଶଙ୍କର ବରିହା, ଧୁବଲେଶ୍ବର ଭୋଇ, ଜଲ ଧରୁଆ, ସହଦେବ ବରିହା ପ୍ରମୁଖ ମଞ୍ଚାସୀନ ଥିଲେ।

ବୈଠକରେ ଆଦିବାସୀମାନଙ୍କ ସମସ୍ୟା ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ଏହା ସହିତ ପଞ୍ଚାୟତ ନିର୍ବାଚନରେ ଆଦିବାସୀମାନଙ୍କ କୋଟାକୁ ରାଜ୍ୟ ସରକାର ଉଠାଇ ଦେଇଥିବାରୁ ତୀବ୍ର ବିରୋଧ କରାଯାଇଥିଲା। ସଂଘର ବାରଣ ସତ୍ତ୍ବେ ସମିତି ସଭ୍ୟ, ସରପଂଚ ଓ ଜିଲ୍ଲା ପରିଷଦ ପଦ ପାଇଁ ବହୁ ଆଦିବାସୀ ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କରି ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବାରୁ ସେମାନଙ୍କୁ ସାମାଜିକ ବାସନ୍ଦ କରିବା ସହିତ ନିର୍ବାଚନରେ କୌଣସି ପ୍ରକାରର ସହଯୋଗ ନକରିବା ପାଇଁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ୟାମ ସୁନ୍ଦର ଭୋଇ ଆହ୍ବାନ ଦେଇଥିଲେ। ଏଥିରେ ତମିଆଁ ପଞ୍ଚାୟତ ଆଦିବାସୀ କଲ୍ୟାଣ ମହାସଂଘର ମଙ୍ଗଲୁ ବରିହା, ଅନନ୍ତ ବରିହା, ଜଗନ୍ନଥ ବରିହା, ନବୀନ ଭୁଏ, ଜଗ ଧରୁଆ ପ୍ରମୁଖଙ୍କ ସମେତ ବହୁ ଆଦିବାସୀ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର