ଯାଜପୁର: ଚିନାବାଦାମ କିଆରୀରୁ ଉଦ୍ଧାର ହୋଇଛି ଏକ ବାଳକର ମୃତଦେହ | ସୋମବାର ସକାଳେ ବରୀ ବ୍ଲକ୍ ଅଞ୍ଚଳର ବୋଦୁଅ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏରଡ଼ାପାଟ ଗ୍ରାମର ଚିନାବାଦାମ ବିଲରେ ଜଣେ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି | ଆଜି ସକାଳେ ସ୍ଥାନୀୟ ଲୋକମାନେ ନାବାଳକଟିର ମୃତଦେହକୁ ପ୍ରଥମେ ଦେଖି ପୁଲିସକୁ ଖବର ଦେଇଥିଲେ |
ସ୍ଥାନୀୟ ଲୋକମାନେ ଆଜି ସକାଳେ ଚିନାବାଦାମ କିଆରୀରେ କୋଡାଖୋସା କରିବାକୁ ଆସିଥିବାବେଳେ ଏହି ମୃତଦେହକୁ ଦେଖିଥିଲେ | ପିଲାଟିର ଆନୁମାନିକ ବୟସ ପ୍ରାୟ ୧୪ କି, ୧୫ ହୋଇପାରେ ବୋଲି ସ୍ଥାନୀୟ ଲୋକ କହିଛନ୍ତି |
ତେବେ ପିଲାଟିର ମୃତଦେହଠାରୁ କିଛି ଦୂରରେ ତାହାର ଜୋତା ପଡିରହିଥିବାର ଦେଖିବାକୁ ମିଳିଛି | ଲୋକଙ୍କଠାରୁ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଏବେ ଏହି ଘଟଣାର ତଦନ୍ତ କରୁଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/peanut-field.jpg)