ଅପାରଗତା ଧରାପଡ଼ିଲା : ଆଦିବାସୀଙ୍କ ବିକାଶ ପାଇଁ ଟଙ୍କା ଯାଉଛି, କାମରେ ଲାଗୁନି, ସବୁ ଯୋଜନା ବାଟବଣା

ଅଡିଟ୍ ରିପୋର୍ଟରେ ସାମ୍ନାକୁ ଆସିଲା ସାଂଘାତିକ ଚିତ୍ର

ଭୁବନେଶ୍ବର : ଆଦିବାସୀଙ୍କ ବିକାଶ ପାଇଁ ସରକାରୀ ଅର୍ଥରେ ଯେଉଁ ସଂପତ୍ତି ସୃଷ୍ଟି କରାଯାଇଥିଲା, ତାହାର ଲାଭ ସେମାନେ ପାଇପାରିଲେ ନାହିଁ। ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ େକ୍ଷତ୍ରରେ ବି ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ଥାନୀୟ ଯୁବକଙ୍କୁ ପ୍ରଶିକ୍ଷଣ ଦିଆଗଲା, ଅଥଚ ନିଯୁକ୍ତି ଦେବାରେ ଫେଲ୍ ମାରିଲେ କର୍ତ୍ତୃପକ୍ଷ।

ଏମିତି ପୁଳା ପୁଳା ଅଭିଯୋଗ ଆଣି ଭାରତର ମହାଲେଖାନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ଆଦିବାସୀଙ୍କ ବିକାଶ ପାଇଁ ଦିଆଯାଇଥିବା ଅର୍ଥର ବିନିେଯାଗ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି। କେଉଁଠି ନା େକଉଁଠି ଧରାପଡ଼ିଯାଉଛି, େଯାଜନା ପ୍ରସ୍ତୁତି େବଳର ଆନ୍ତରିକତା କାର୍ଯ୍ୟାନ୍ବୟନ େବଳେ ରହୁନାହିଁ। ତଦାରଖ ବ୍ୟବସ୍ଥାରେ ବି ତ୍ରୁଟି ଅନ୍ୟତମ କାରଣ େହାଇପାରେ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆଦିବାସୀଙ୍କ ପାଇଁ ନିଶ୍ଚିତ େରାଜଗାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଆଦିବାସୀଙ୍କ ପରିବାର ଓ ଆଦିବାସୀଙ୍କୁ େନଇ ଗଠିତ ସ୍ବୟଂ ସହାୟକ େଗାଷ୍ଠୀଙ୍କୁ ସହାୟତା ଦେବା ଲାଗି ନିଷ୍ପତ୍ତି େହାଇଥିଲା େଯ ବୃକ୍ଷରୋପଣଠାରୁ ଆରମ୍ଭ କରି କୁକୁଡ଼ା ଚାଷ, ଫଳ, ଛେଳି ଆଦି ଚାଷରେ ସେମାନଙ୍କୁ ନିେୟାଜିତ କରାଯିବ। ସରକାର ଆର୍ଥିକ ସହାୟତା େଯାଗାଇଦେବେ। ଏହିକ୍ରମରେ ୨୦୧୩ରୁ ୨୦୧୮ ମଧ୍ୟରେ ଅଡିଟ୍ େହାଇଥିବା ୮ଟି ଆଇଟିଡିଏକୁ ୯୭ େକାଟି ୬୬ଲକ୍ଷ ଟଙ୍କା େଯାଗାଇ ଦିଆଯାଇଥିଲା। ହେଲେ ଦୁର୍ଭାଗ୍ୟର କଥା େହଲା, େଯାଜନା କାର୍ଯ୍ୟାନ୍ବୟନ ତ ଦୂରର କଥା, ଟଙ୍କା ଖର୍ଚ୍ଚ କରିବାରେ ବି ବାବୁ ବିଫଳ ହେଲେ। ଏହି ସମୟ ମଧ୍ୟରେ ମାତ୍ର ୬୧େକାଟି ୧୪ଲକ୍ଷ ଟଙ୍କା (୬୨.୬%) ଖର୍ଚ୍ଚ େହାଇପାରିଲା।

େଫାକସ୍‌ ଏରିଆ ଡେଭଲପମେଣ୍ଟ ପୋଗ୍ରାମ ଜରିଆରେ ସରକାର ନିଷ୍ପତ୍ତି େନଲେ େଯ ୨୦୧୨-୧୩ରୁ ୨୦୨୧-୨୨ ମଧ୍ୟରେ ୫ଲକ୍ଷ ୧୨ ହଜାର ହିତାଧିକାରୀଙ୍କୁ ଜୀବନ ଜୀବିକା କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟ େସ୍ରାତକୁ ଅଣାଯିବ। ପ୍ରତି ଆଇଟିଡିଏ ପାଇଁ ଜଣେ ଏଫ୍‌ଏନ୍‌ଜିଓ (ସହଯୋଗ ପାଇଁ େବସରକାରୀ ସଂସ୍ଥା)ଙ୍କୁ ନିଯୁକ୍ତି ଦିଆଯିବ। ମାତ୍ର ୮ଟି ଆଇଟିଡିଏ (ବଣାଇ, ପାରଳାଖେମୁଣ୍ଡି, ଗୁଣୁପୁର, ଜୟପୁର, େକନ୍ଦୁଝର, କରଞ୍ଜିଆ, େକାରାପୁଟ ଓ ନବରଙ୍ଗପୁର)ର କାର୍ଯ୍ୟଶୈଳୀ ଅନୁଧ୍ୟାନ କରିବା ବେଳେ ଅଡିଟ୍ ଟିମ୍ େଦଖିଲେ େଯ ଏଥିପାଇଁ ସେମାନଙ୍କୁ ୩୫ େକାଟି ୪୮ଲକ୍ଷ ଟଙ୍କା ମିଳିଛି, େଯଉଁଥିରୁ ୭୩% ଅର୍ଥାତ୍ ପ୍ରାୟ ୨୫ େକାଟି ୮୩ ଲକ୍ଷ ଟଙ୍କା ବିନିେଯାଗ େହାଇଛି। ହେଲେ ଏ ଅର୍ଥରୁ ମଧ୍ୟ େକାଟି େକାଟି ଟଙ୍କା ବରବାଦ େହାଇଛି। ପାରଳାଖେମୁଣ୍ଡି ଓ କରଞ୍ଜିଆ ଆଇଟିଡିଏ ରବର ଚାଷ କରିବା ପାଇଁ ନିଷ୍ପତ୍ତି େନଇଥିଲେ। ୧୫୭୮ ଜଣ ହିତାଧିକାରୀଙ୍କୁ ଏହା ମାଧ୍ୟମରେ େରାଜଗାର ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ୧୪୭୫ ଜଣ ସାମିଲ ହେଲେ। କରଞ୍ଜିଆ ଆଇଟିଡିଏ ଏ କାର୍ଯ୍ୟକ୍ରମରେ ପୂରା େଫଲ୍ ମାରିଲା। ୬୪୫ ହିତାଧିକାରୀଙ୍କୁ ନେଇ ୩୨୭.୧୩ େହକ୍ଟର ଜମିରେ ରବର ଚାଷ କରିବା ପାଇଁ ସ୍ଥିର େହାଇଥିଲା। ୫ େକାଟି ୨୭ଲକ୍ଷ ଟଙ୍କା ବିନିଯୋଗ ପାଇଁ େଯାଜନା େହଲା। କିନ୍ତୁ ସେମାନେ ମାତ୍ର ୧ େକାଟି ୯୮ଲକ୍ଷ ବିନିଯୋଗ କଲେ ଓ ୧୫୬.୪୮ େହକ୍ଟର ଜମିରେ ରବର ଚାଷ କରାଗଲା। ଅଫିସରମାନେ ସହଯୋଗ ପାଇଁ େବସରକାରୀ ସଂସ୍ଥାକୁ ନିଯୁକ୍ତି ଦେଲେ ନାହିଁ। ପରିଣାମ େହଲା, ନା ଚାଷ ନା ସାର ପ୍ରଦାନ କୌଣସି ବି କଥା ଠିକ୍ ସମୟରେ କରାଯାଇପାରିଲା ନାହିଁ।

ବଣାଇ, େକାରାପୁଟ, ଜୟପୁର, ନବରଙ୍ଗପୁର, ଗୁଣୁପୁର ଆଇଟିଡିଏ କୁକୁଡ଼ା ଚାଷ କରିବା ପାଇଁ ନିଷ୍ପତ୍ତି େନଲେ। ଏ େକ୍ଷତ୍ରରେ ମଧ୍ୟ କର୍ତୃପକ୍ଷଙ୍କୁ ସଫଳତା ମିଳିପାରିଲା ନାହିଁ। େଯାଜନା େହାଇଥିଲା, ୪େକାଟି ୮୪ଲକ୍ଷ ଟଙ୍କା ବ୍ୟୟରେ ୩୬୪୭ ଜଣ ହିତାଧିକାରୀଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ଉପକୃତ କରାଯିବ। ୧୯୮ଟି ମଦର-ଚିକ୍ ୟୁନିଟ୍ ବଦଳରେ ମାତ୍ର ୯୫ଟି ଗଠନ କରାଯାଇପାରିଲା, ତାହା ପୁଣି ୧ େକାଟି ୭୧ଲକ୍ଷ ଟଙ୍କା ବ୍ୟୟରେ। ସମବାୟ ସମିତି ଗଠନ େହାଇନପାରିବା କାରଣରୁ ଚିକେନ୍ ବଜାର ସୃଷ୍ଟି େହାଇପାରିଲା ନାହିଁ। ଆଇଟିଡିଏ େକାରାପୁଟରେ ବାବୁମାନେ କୁକୁଡ଼ା ଛୁଆ ମଧ୍ୟ ହିତାଧିକାରୀଙ୍କୁ େଯାଗାଇ ଦେବାରେ ବିଫଳ ହେଲେ।

ଦକ୍ଷତା ବିକାଶ ଲାଗି ଆଦିବାସୀ ଯୁବକଙ୍କୁ ପ୍ରଶିକ୍ଷଣ ଦେବା ଲାଗି ନିଷ୍ପତ୍ତି େହାଇଥିଲା। ୪୧ େକାଟି ୭ଲକ୍ଷ ଟଙ୍କା ସରକାର ଅନୁଦାନ େଯାଗାଇ ଦେଲେ। ନିର୍ଦିଷ୍ଟ ସମୟ ଭିତରେ ଅଡିଟ୍ ଟିମ୍ ଦେଖିଲେ େଯ ମାତ୍ର ୩୦ େକାଟି ୨୨ଲକ୍ଷ ଟଙ୍କା କର୍ତୃପକ୍ଷ ବ୍ୟବହାର କରିପାରିଲେ। ସ୍ଥିର େହାଇଥିଲା, ତାଲିକାଭୁକ୍ତ ପ୍ରକଳ୍ପ କାର୍ଯ୍ୟାନ୍ବୟନ ସଂସ୍ଥା ମାଧ୍ୟମରେ େବକାର ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯାଇ େରାଜଗାରକ୍ଷମ କରାଯିବ। ଓଡ଼ିଶା ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମ ଏହି ତାଲିକା କରିବେ। ମାତ୍ର ଏ େକ୍ଷତ୍ରରେ ମଧ୍ୟ େଯାଜନାକୁ ବାଟବଣା କରିଦେବା ଲାଗି ବାବୁମାନେ ଷଡ଼ଯନ୍ତ୍ର କରିବାକୁ ପଛାଇଲେ ନାହିଁ। େଯଉଁ ପ୍ରକଳ୍ପ କାର୍ଯ୍ୟାନ୍ବୟନ ସଂସ୍ଥାର ତାଲିକା ନିଗମ ପ୍ରସ୍ତୁତ କରିଥିଲା, ତା ବାହାରେ ୧୦୧ରୁୁ ୭୨ ସଂସ୍ଥାକୁ ନିେୟାଜିତ କରାଗଲା। େଯଉଁ ସଂସ୍ଥା ବିଭାଗ ଓ ଆଇଟିଡିଏକୁ ଅନୁେରାଧ କଲେ, େସମାନଙ୍କୁ ଏ େକ୍ଷତ୍ରରେ ଅଗ୍ରାଧିକାର ଦିଆଗଲା।

ସାଂଘାତିକ କଥା ହେଲା, ଆବଶ୍ୟକ ଭିତ୍ତିଭୂମି ବିନା ପ୍ରଶିକ୍ଷଣ ଦିଆଗଲା। ନା ହଷ୍ଟେଲ ସୁବିଧା ଥିଲା ନା ଥିଲେ ଦକ୍ଷ ପ୍ରଶିକ୍ଷକ। େଯଉଁଥିପାଇଁ ପରବର୍ତୀ ସମୟରେ ଜିଲ୍ଲା ପ୍ରଶାସନ ୫ଟି ସଂସ୍ଥାକୁ କଳାତାଲିକାଭୁକ୍ତ କରିଥିଲା। ୬ଟି ସଂସ୍ଥାକୁ ଆର୍ଥିକ ଦଣ୍ଡରେ ଜିଲ୍ଲା ପ୍ରଶାସନ ଦଣ୍ଡିତ କରିଥିେଲ।

େଯାଜନାଟି ତାହାର ଲକ୍ଷ୍ୟ ଛୁଇଁ ପାରିଲା ନାହିଁ। ସ୍ଥିର େହାଇଥିଲା ପ୍ରଶିକ୍ଷଣ େନଇଥିବା ୭୦ ପ୍ରତିଶତ ଯୁବକଙ୍କୁ ନିଶ୍ଚିତ େରାଜଗାର ଦିଆଯିବ। କିନ୍ତୁ ୫୧୧୪ ପ୍ରଶିକ୍ଷଣାର୍ଥୀଙ୍କ ମଧ୍ୟରୁ ମାତ୍ର ୧୩୮୪ ଅର୍ଥାତ୍ ୨୭% ଯୁବକଙ୍କୁ େରାଜଗାର ଦିଆଯାଇପାରିଲା।

ଉଲ୍ଲେଖଯୋଗ୍ୟ, ଆଦିବାସୀଙ୍କ ବିକାଶ ଲାଗି େକନ୍ଦ୍ର ଓ ରାଜ୍ୟ ସରକାର ତମ୍ବିତୋଫାନ କରୁଛନ୍ତି। ବିଧାନସଭାରେ ମଧ୍ୟ ଏ ପ୍ରସଙ୍ଗରେ ତନାଘନା ଆେଲାଚନା ହୁଏ। ଆଦିବାସୀଙ୍କ ବିକାଶ େକ୍ଷତ୍ରରେ ଆଇଟିଡିଏକୁ େନାଡାଲ ଏେଜନ୍ସି େବାଲି ବିଚାର କରାଯାଇଥାଏ। ଓଡ଼ିଶାରେ ଏବେ ୧୧୯ ବ୍ଲକ୍‌କୁ ନେଇ ରାଜ୍ୟରେ ୨୨ଟି ଆଇଟିଡିଏ କାର୍ଯ୍ୟ କରୁଛି। ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟ େହଉଛି, ଆଦିବାସୀଙ୍କୁ େଶାଷଣରୁ ରକ୍ଷା କରି ସାମାଜିକ-ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମ କରିବେ। େରାଜଗାର ଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନେବେ ଓ ସମାନ୍ତରାଳ ଭାବେ େସସବୁ ଅଞ୍ଚଳରେ ଭିତ୍ତିଭୂମିର ବିକାଶ କରିବେ।

ମାତ୍ର ୨୦୧୩-୧୪ରୁ ୨୦୧୭-୧୮ ପାଞ୍ଚ ବର୍ଷର କାର୍ଯ୍ୟ ଉପରେ ଅଡିଟ୍ ଟିମ୍ ସମୀକ୍ଷା କରି େଯଉଁ ରିେପାର୍ଟ ପାଇଛନ୍ତି, ତାହା କେଉଁଠି ନା େକଉଁଠି ପ୍ରଶାସନିକ ଅପରାଗତା ଆଡକୁ ଆଙ୍ଗୁଠି ଉଠାଉଛି।

ସମ୍ବନ୍ଧିତ ଖବର