ରାୟଗଡା: ରାମନାଗୁଡା ବ୍ଲକର ଗୁଲୁନ୍ତି ପଞ୍ଚାୟତର ତାମିଲଗୁଡା ଗାଁରେ ଆଜି ଶତାଧିକ ଆଦିବାସୀ ଏକତ୍ର ହୋଇଥିଲେ। ଜଳ, ଜଂଗଲ ଓ ଜମି ପାଇଁ ଏକତ୍ର ହୋଇଥିଲେ ଆଦିବାସୀ। ଏହାକୁ ସିପିଆଇ(ଏମଏଲ) ଲିବରେସନ ତରଫରୁ ଆୟୋଜନ କରାଯାଇଥିଲା। ରାମନାଗୁଡା ବ୍ଲକର ଅନେକ ଅଞ୍ଚଳରେ ପୁର୍ବ ପୁରୁଷରୁ ଆଦିବାସୀମାନେ ଡଗଂର ପାହାଡ଼ ଖୋଳି ସମତଳ କରି ବାଷ କରୁଛନ୍ତି। ଉକ୍ତ ଜମି ପାଇଁ ଆଦିବାସୀମାନେ ଅନେକ ବର୍ଷ ଧରି ଆନ୍ଦୋଳନ କରିଆସୁଛନ୍ତି ହେଲେ ଜମିର ପଟ୍ଟା ପାଇପାରୁନାହାନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି।
ପ୍ରକାଶ ଥାଉକି ରାମନାଗୁଡା ବ୍ଲକରେ ଆଦିବାସୀମାନଙ୍କ ଜମିଗୁଡ଼ିକୁ ଆନ୍ଧ୍ର ପ୍ରଦେଶର ଜମି ମାଲିକମାନେ ବେନାମୀ ଭାବେ ଅଣ ଆଦିବାସୀମାନେ ସରକାର କଳକୁ ହାତ କରି ଜମି ନେଇଛନ୍ତି। ବର୍ତ୍ତମାନ୍ ସୁଦ୍ଧା ଅନେକ ଜମି ଆଦିବାସୀମାନଙ୍କ ଦଖଲରେ ରହିଛି। ଏଥିପାଇଁ ମାର୍ଚ ୨୩ ତାରିଖ ଠାରୁ ରାମନାଗୁଡା ବ୍ଲକ ଓ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଧାରଣାରେ ବସିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏନେଇ ସିପିଆଇ(ଏମଏଲ) ତରଫରୁ ବିଭିନ୍ନ ଦାବି ଉପସ୍ଥାପନା କରାଯାଇଥିଲା। ସେଗୁଡିକ ମଧ୍ୟରୁ ଗୁଲୁନ୍ତି ପଞ୍ଚାୟତର ତାମିଲଗୁଡା ଗାଁର ଆଦିବାସ ମାନେ ଆଜକୁ ୫୦ ବର୍ଷ ଧରି ଭୋଗ ଦଖଲ କରି ଆସୁଥିବା ଜମିକୁ ଆଦିବାସୀମାନଙ୍କ ମଧ୍ୟରେ ଜମିର ପଟ୍ଟା ଅତିଶୀଘ୍ର ଯୋଗାଇ ଦିଆଯାଉ।
ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତର ଲାଉଗୁଡ଼ା ଗ୍ରାମର ଏରିଆ ଭିତରେ ଆନ୍ଧ୍ର ପ୍ରଦେଶ କିଛି ଲୋକ ଓଡ଼ିଶା ଜମି ହଡପ କରିଛନ୍ତି ଏହାକୁ ବହାର କରି ଲାଉଗୁଡ଼ା ଗାଁର ଆଦିବାସୀମାନଙ୍କ ମଧ୍ୟରେ ପଟ୍ଟା ବଣ୍ଟନ କରାଯାଉ। ଗୋଗୁପାଡୁ ପଞ୍ଚାୟତର କାଟିକିରେ ଆନ୍ଧ୍ର ଜମିଦାରମାନେ ଆଦିବାସୀମାନଙ୍କ ଭୋଗ ଦଖଲ କରିଥିବା ଜମିକୁ ବେଆଇନ ରେଜେଷ୍ଟ୍ରି କରି ହଡପ କରିବା ଜମି କ୍ରାଇମବ୍ରାଞ୍ଚ ତଦନ୍ତ କରି ଆଦିବାସୀମାନଙ୍କ ମଧ୍ୟରେ ଉକ୍ତ ଜମି ଆଦିବାସୀମାନଙ୍କୁ ଦିଆଯାଉ। ସମସ୍ତ ପଞ୍ଚାୟତ ରେ ଜଗଂଲ ଜମି ଘରଡିହ ପଟା ପ୍ରଦାନ କରାଯାଉ। ସମସ୍ତ ଜବ କାର୍ଡଧାରିଙ୍କୁ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୦ ଦିନ କାମ, ଦୈନିକ ୬୦୦ ଟକାଂ ମଜୁରୀ ଦିଆଯାଉ। ଗୋଗୁପାଚୁ ପଞ୍ଚାୟତର କେରାଣ୍ଡିଗୁଡା ବ୍ରିଜ ଅତି ଶୀଘ୍ର ନିର୍ମାଣ କରାଯାଉ।
ରାମନାଗୁଡା ବ୍ଲକରେ ଜବ କାର୍ଡ ଧାରିମାନଙ୍କ ଖାତାକୁ ଠିକାଦାର ମାନେ ପୋଷ୍ଟାଲ ଓ ଅନାନ୍ୟ ବ୍ଯାଙ୍କ ଗୁପ୍ତ ଖାତା କରି ଟଙ୍କା ଠକୁଛନ୍ତି। ଏହା ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହି ବୈଠକରେ ସିପିଆଇ(ଏମଏଲ)ଲିବେରସନ ପାର୍ଟିର ସଂପାଦକ ତ୍ରିପତି ଗମାଙ୍ଗ ସମେତ ଦାସୁରୁ ପାତିକ, ଛlନ୍ତି ମଣ୍ଡାଙ୍ଗି, ହରିଶ୍ଚନ୍ଦ୍ର ନିମାଲା, ଗୁୟୁଂଡୁ ଶବର, ସନ୍ୟା ଶବର, ଏଲିଅ ବିଡିକା, ରମେଶ ବିଡିକା, ମୋଜେସ ବିଡିକା, ଗୋବିନ୍ଦ ପାତିକା ପ୍ରମୁଖ ଉପସ୍ଥିତ ଥିଲେ।