ପ୍ରଥମ ଥର ଟ୍ରେନ୍‌ରେ ବସି ଯାତ୍ରାକଲେ ଦୁର୍ଗମ ଅଂଚଳର ଆଦିବାସୀ ଯୁବତୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମରୁ ଅତି ଦୁର୍ଗମ ଅଂଚଳର ଆଦିବାସୀ ଯୁବକଯୁବତୀମାନଙ୍କୁ ସ୍ଥାନୀୟ ନେହରୁ ଯୁବ କେନ୍ଦ୍ର ତଥା ବିଏସଏଫ ତରଫରୁ ବିଭିନ୍ନ ସହର ପରିକ୍ରମା କରାଇବା ସହ ସେହି ଅଂଚଳର ସଂସ୍କୃତି, ପରଂପରା ଏବଂ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବା ସହ ସେମାନଙ୍କର ଅଭିଜ୍ଞତାକୁ ଅତି ନିକଟରୁ ପାଇଛନ୍ତି। ତେବେ ଜିଲ୍ଲାର ସ୍ବାଭିମାନ ଅଂଚଳ ହେଉ ବା ମାଥିଲି ବ୍ଲକର ଦୁର୍ଗମ ତୁଳସୀ ପାହାଡ ଅଂଚଳର ହେଉ ଏହି ଅଂଚଳର ଯୁବକଯୁବତୀ ରେଳ କିମ୍ବା ଉଡାଜାହଜରେ ବସିବା ନେଇ କେବେ ମଧ୍ୟ ସ୍ବପ୍ନରେ ଭାବିନଥିଲେ। ତେବେ ଏହାକୁ ପୂରଣ କରିଛି ଏନୱାଇକେ ଏବଂ ବିଏସଏଫ। ଲଗାତାର ତିନି ଥର ହେଲାଣି ଜିଲ୍ଲାର ଦୁର୍ଗମ ଅଂଚଳର ଯୁବକଯୁବତୀମାନେ ବେଙ୍ଗଲୁରୁ, ଗୁଜରାଟ, ଚିନ୍ନାୟ ଭଳି ସହର ବୁଲିବାର ମଜା ଉଠାଇବା ସହ କିଛି ଶିକ୍ଷା ଲାଭ ମଧ୍ୟ କରିଛନ୍ତି। ନକ୍ସଲ ପ୍ରବଣ ଅଂଚଳରେ ରହି ନକ୍ସଲଙ୍କ ମିଥ୍ୟା ପ୍ରତିଶ୍ରୁତି ସହ ହିଂସାକୁ ଆପଣେଇବା ପାଇଁ ସ୍ଥାନୀୟ ଯୁବକଯୁବତୀଙ୍କୁ ଉସୁକାଇ ଥାନ୍ତି।

ସରକାର ଏବଂ ପୁଲିସ ବିରୋଧୀ ମନ୍ତବ୍ୟ ଦେଇ ଯୁବକଯୁବତୀଙ୍କୁ ସଂଗଠନରେ ଜଡିତ କରି ତାଂକୁ ମୃତ୍ୟୁ ମୁଖକୁ ଠେଲି ଦିଅନ୍ତି। ତେବେ ଜିଲ୍ଲାର ଦୁର୍ଗମ ଅଂଚଳରେ ବିଏସଏଫ ପହଞ୍ଚିବା ପରେ ସେହି ଅଂଚଳର ପିଲାଙ୍କୁ ଦେଶ ପାଇଁ ସେବା କରିବାର ସୁଯୋଗ ଦେବା ସହ କିପରି ସେମାନେ ପାଠ ପଢି ବଡ ଲୋକ ହେବେ ସନେଇ ପ୍ରୟାସ ଜାରି ରଖିଛନ୍ତି।ତେବେ ଏହି କାର୍ଯ୍ୟକ୍ରମ ଦ୍ବାରା ପିଲାମନେ ବାହାରେ ବୁଲି ବହୁତ କିଛି ଭଲ ଜିନିଷ ଶିକ୍ଷାଲାଭ କରୁଛନ୍ତି।ଯାହାଫଳରେ ତାଂକର ଭବିଷ୍ୟତରେ ଏହା ଭଲ ପ୍ରଭାବ ପକାଇବ ବୋଲି କୁହାଯାଇଛି। ଆଗାମୀ ଦିନରେ ମଧ୍ୟ ଆହୁରି ବହୁ ସହର ଏହି ଅଂଚଳର ପିଲାମାନେ ବୁଲିବେ।ତେବେ ଏହି ବେଙ୍ଗଲୁରୁ ଭ୍ରମଣରେ ଯାଇଥିବା ଯୁବକଯୁବତୀମାନେ ଏନଵାଇକେ ଏବଂ ବିଏସଏଫକୁ ପ୍ରଶଂସା କରିଛନ୍ତି। ସେମାନଙ୍କ ଯୋଗୁଁ ଆମେ ଆଜି ରେଳରେ ବସି ପାରିଲୁ ବୋଲି କହିଥିଲେ।ଆଗାମୀ ଦିନରେ ଉଡାଜାହଜରେ ମଧ୍ୟ ବସି ବିଭିନ୍ନ ସହର ବୁଲିବାର ଇଛା ପ୍ରକଟ କରିଥିଲେ।ତେବେ ଏହା ବି ଆଗାମୀ ଦିନରେ ନିଶ୍ଚିତ ଭାବେ ସମ୍ଭବ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର