ଭୁବନେଶ୍ବର : ରାଜ୍ୟରେ ଥିବା ଜନଜାତିଙ୍କ ସ୍ବାସ୍ଥ୍ୟ ଉପରେ ଏକ ଟ୍ରାଇହବ୍ ବା ସ୍ବାସ୍ଥ୍ୟ ପର୍ଯ୍ୟବେକ୍ଷଣ ସ୍ଥଳ ପ୍ରତିଷ୍ଠା କରାଯିବ। ଜନଜାତିଙ୍କ ବିଭିନ୍ନ ରୋଗ ସଂପର୍କୀୟ ପର୍ଯ୍ୟବେକ୍ଷଣ, ସ୍ବାସ୍ଥ୍ୟ ସଂପର୍କିତ ବ୍ୟବହାର, ରାଜ୍ୟରେ ଜନଜାତି ସ୍ବାସ୍ଥ୍ୟସେବା ଏଥିରେ ସାମିଲ କରାଯିବ। ଫଳରେ ଜନଜାତି ପରିବାରରେ ସଚେତନତା ସୃଷ୍ଟି ସହିତ ପ୍ରତିଷେଧକ ବ୍ୟବସ୍ଥା ଆଣିପାରିବ। ଏଭଳି ପର୍ଯ୍ୟବେକ୍ଷଣ ସ୍ଥଳ ଦେଶରେ ପ୍ରଥମ। ଏଥିପାଇଁ ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଓ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ବା ଆରଏମ୍ଆରସି ଭିତରେ ଆଜି ବୁଝାମଣପାତ୍ର ସ୍ବାକ୍ଷରିତ ହୋଇଛି। ଏଥିରେ ମୁଖ୍ୟ ଅତିଥିଭାବେ ‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ଓ ଆରଏମ୍ଆରସିର ନିର୍ଦେଶିକା ଡା.ସଂଘମିତ୍ରା ପତିଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା।
ଏହି ଅବସରରେ ଶ୍ରୀମତୀ ବାଗ୍ଚୀ ଓଡ଼ିଶା ଜନଜାତି ପରିବାର ସ୍ବାସ୍ଥ୍ୟ ସର୍ଭେର ଶୁଭାରମ୍ଭ କରିଥିଲେ। ଏହାଦ୍ବାରା ଆଦିବାସୀ ସଂପ୍ରଦାୟଙ୍କ ସ୍ବାସ୍ଥ୍ୟ ଉପରେ ବ୍ୟାପକ ସର୍ଭେ କରାଯିବ। ଉଚ୍ଚମାନର ଜନ୍ମ/ମୃତ୍ୟୁ ରୋଗ ପ୍ରଭୃତିର ପରିସଂଖ୍ୟାନ ଭିତ୍ତିକ ଅନୁଶୀଳନ ଓ ସ୍ବାସ୍ଥ୍ୟ ସଂପର୍କିତ ସମସ୍ତ ତଥ୍ୟ ସଂରକ୍ଷିତ ତଥା ଉପଲବ୍ଧ ହୋଇପାରିବ। ଏହି ଅବସରରେ ଦେଶରେ ସିକିଲସେଲ ଏନିମିଆ ଉପରେ ପ୍ରମାଣଭିତ୍ତିକ ଗବେଷଣାତ୍ମକ ସଂକ୍ଷିପ୍ତ ରିପୋର୍ଟ ଉନ୍ମୋଚିତ ହୋଇଥିଲା। ଏହି ସଂକ୍ଷିପ୍ତ ବିବରଣ ଦେଶରେ ସିକିଲ୍ସେଲ ଉପରେ ଗବେଷଣା, ନୀତି ନିର୍ଧାରକ ଓ ସ୍ବାସ୍ଥ୍ୟସେବା ବିଶେଷଜ୍ଞଙ୍କ ପାଇଁ ବେଶ୍ ଉପଯୋଗୀ ହୋଇପାରିବ ବୋଲି କୁହାଯାଉଛି। କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦେଶିକା,ଏସ୍ଟି ଗୁହା ପୁନମ ତାପସ କୁମାର, ଏସ୍ସିଏସ୍ଟିଆରଟିଆଇର ନିର୍ଦେଶକ ଏ.ବି ଓତା, ବିଭାଗୀୟ ସ୍ବତନ୍ତ୍ର ସଚିବ ବିଶ୍ବରଂଜନ ସାସମଲ, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରମୀନେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/tribal-ddd.jpg)