‘ଜାନ ଯାଉ ଜୀବନ ଯାଉ, କୁଟରୁମାଳି ବଞ୍ଚିଥାଉ’: ୪ଟି ଗାଁ’ର ଆଦିବାସୀଙ୍କ ମେଳି

ଭବାନୀପାଟଣା : କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଗାଁ’ର ଆଦିବାସୀମାନେ ସୋମବାର ଖଣି ଖନନ ବିରୋଧରେ ଏକାଠି ହୋଇ ଗର୍ଜିଥିଲେ। ‘ଜାନ୍‌ ଯାଉ ଜୀବନ ଯାଉ, କୁଟରୁ ମାଳି ବଞ୍ଚିଥାଉ’ ବୋଲି ନାରା ଦେଇ ଶପଥ ନେଇଥିଲେ।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କେରପାଇ ପଞ୍ଚାୟତର କୁଟରୁମାଳି, ଲେଲିଂପଦର, ମିଳାଙ୍ଗବନ୍ଧ ଓ ଶେଷକନା ସମେତ ୪ଟି ଗାଁ’ର ଆଦିବାସୀମାନେ ସୋମବାର ଦିନ କେର୍‌ପାଇ ପଞ୍ଚାୟତ କୁଟ୍ରୁମାଳି ପାହାଡ଼ ଉପର ଗାଁ’ରେ ଏକତ୍ରିତ ହୋଇଥିଲେ। ଏହି ଆଦିବାସୀ ମେଳିରେ ୱାର୍ଡମେମ୍ବର ଫଗୁନୁ ମାଝୀ, ଗାଁ’ର ଗୌନ୍ତିଆ ଡମ୍ବୁ ମାଝୀ, ବିଷ ମାଝୀ, କୃଷ୍ଣ ମାଝୀ, ଗାଁ’ର ଜାନି ରଘୁ ମାଝୀ, ହେମ ମାଝୀ, ବୁଡୁ ମାଝୀ, ଲାସୁ ମାଝୀଙ୍କ ସମେତ ବହୁ ଆଦିବାସୀ ନେତା କମ୍ପାନିର ଖଣି ଖନନକୁ ବିରୋଧ କରି ରଣହୁଙ୍କାର ଦେଇଥିଲେ। ‘ତିଜମାଳି ଆମରଟା ନାହିସେ କାର୍ ବୁଆର୍‌ଟା’ ବୋଲି କହି ଗର୍ଜିଥିଲେ। ଆଗାମୀ ଦିନରେ ଆନ୍ଦୋଳନ ଦୁର୍ବାର ହେବ ଓ କମ୍ପାନି ବିରୋଧରେ ଲଢ଼ିବେ ବୋଲି ସେମାନେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହି ଆଦିବାସୀ ମେଳିର ନେତୃତ୍ବ ନିୟମଗିରି ସୁରକ୍ଷା ସମିତିର ଉପେନ୍ଦ୍ର ଦ୍ରାବିଡ, ତିଜମାଳି ସୁରକ୍ଷା ସମିତିର ମହେଶ୍ବର ବାଗ ନେଇଥିଲେ।

ସମ୍ବନ୍ଧିତ ଖବର