ଜୟପୁର: ସୂର୍ଯ୍ୟମହଲ ଠାରେ ବନବାସୀ କଲ୍ୟାଣ ଆଶ୍ରମର ଓଡିଶା ଜନଜାତି ଗୌରବ ଯାତ୍ରା ଅନୁଷ୍ଠିତ ହେଇ ଯାଇଛି । ଏହା ୪ତାରିଖ ଦିନ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଉଦଯାପିତ ହେବ ବୋଲି ସୂଚନା ମିଳିଛି।  ଏହି ଯାତ୍ରା ଜୟପୁର ସୂର୍ଯ୍ୟମହଲ ଠାରେ ସନ୍ଧ୍ୟା ୫ ଘଣ୍ଟାରେ ଉଦଘାଟନ ପରେ କୁନ୍ଦୁରା, କଳିଆଗୁଡ଼ା, ଜିରାଗୁଡ଼ା , ଭୂସାଙ୍ଗଗୁଡା, ଗିର୍ଲିଗୁଡ଼ା ଦେଇ ଯିବ। ଆସନ୍ତା ୨୭ ତାରିଖରେ  ନନ୍ଦପୁର ନିକଟରେ ଥିବା ଥୁବା, ଭେଜା, ବଡେଲ, ଜଲାପୁଟ ହୋଇ ଆନ୍ଦ୍ରପ୍ରଦେଶ ଅଭିମୁଖେ ଯିବ।

Advertisment

publive-image

ଜନଜାତି ସଂସ୍କୃତି ଓ ବନବାସୀଙ୍କ ଅଧିକାରର ସୁରକ୍ଷା କରିବା ପାଇଁ  ବନବାସୀ କଲ୍ୟାଣ ଆଶ୍ରମ ସଂସ୍ଥା ଏହି କାର୍ଯ୍ୟକ୍ରମଟି ଆଯୋଜନ କରି ବନବାସୀଙ୍କୁ ଉତ୍ସାହିତ କରିବା ମୂଳ ଲକ୍ଷ୍ୟ ରହିଛି।  ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଣୀ ସାରିକା ଦେବୀ, ମୁଖ୍ୟବକ୍ତା ଭାବେ ଆରଏସଏସର ନଗର ସଂଚଳାକ ଡ. ନିରଞ୍ଜନ ମିଶ୍ର , ଅଖିଳ ଭାରତୀୟ ହିତ ରକ୍ଷା ପ୍ରମୁଖ ଗିରିଶ କୁବେର, ସଂଯୋଜକ ଶ୍ୟାମ ପ୍ରସାଦ ସମରତା, ଜନଜାତି ନେତ୍ରୀ ସନ୍ତୋଷିନୀ ମୁଣ୍ଡା, ବିଶାଖାପାଟଣା ସଂଯୋଜକ ଶିବରାମ କ୍ରିଷ୍ଣା ରଥ, ନଗର ସଭାପତି ଶଶୀ ପଟନାୟକ  ନଗର ସଂପାଦକ ଲଷ୍ମୀକାନ୍ତ  ମିଶ୍ର, ରାଣୀ ପ୍ରମୁଖ ମଂଚାସୀନ ହୋଇ ମାର୍ଗ ଦର୍ଶନ କରିଥିଲେ।