ମାଲକାନଗିରି: ମାଲକାନଗିରି ଜିଲ୍ଲାର ଶତାଧିକ ଅନୁସୂଚିତ ଜନଜାତି ତଥା ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଏବଂ ୧୧୧ଟି ସରପଞ୍ଚ ମିଶି ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ ୨୦୦୬ ଅନୁଯାୟୀ ଜିଲ୍ଲାର ୨୩୪ଟି ଗ୍ରାମକୁ ଗୋଷ୍ଠୀ ଜଙ୍ଗଲ ସମ୍ୱଳ ଅଧିକାର ସାବ୍ୟସ୍ତ ଓ ସ୍ୱୀକୃତି ପ୍ରଦାନ କରିବାକୁ ଦାବି କରି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ।ପରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।ଦାବି ପତ୍ରରେ ଉଲ୍ଲେଖ ରହିଥିଲା ଯେ ଏହି ଆଇନ ଅନୁସୂଚିତ ଜନଜାତିମାନଙ୍କର ଅଧିକୃତ ଜମି ଏବଂ ଜଙ୍ଗଲ ଅଧିକାରର ନଥିଭୂକ୍ତ କରିବା ନିମନ୍ତେ ଏକ ଲୋକାଭିମୁଖି ଆଇନ।ଗୋଷ୍ଠୀ ଜଙ୍ଗଲ ସମ୍ୱଳ ଅଧିକାର, ମାଲକାନଗିରି ଜିଲ୍ଲାର ଅନୁସୂଚିତ ଜନଜାତିମାନଙ୍କର ସଶକ୍ତୀକରଣ ପାଇଁ ଗୋଷ୍ଠୀ ଜଙ୍ଗଲ ସମ୍ୱଳର ପରିଚାଳନା,ସଂରକ୍ଷଣ ଏବଂ ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ଜଙ୍ଗଲ ଅଧିକାର ଗୁଡିକ ନିଶ୍ଚିତ କରେ ଯେ ଅନୁସୂଚିତ ଜନଜାତି ମାନଙ୍କର ପାରମ୍ପରିକ ଅଭ୍ୟାସ, ଖାଦ୍ୟ ନିରାପତ୍ତା ଓ ଜୀବିକା ଅବ୍ୟାହତ ରଖିପାରିବେ, ଯାହା ଜଙ୍ଗଲ ପରିବେଶ ସହିତ ଜଡିତ।

Advertisment

ମାଲକାନଗିରି ଜିଲ୍ଲାର ୨୩୪ଟି ରାଜସ୍ୱ ଗ୍ରାମର ଗ୍ରାମସଭା, ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ନିୟମ ୨୦୧୨ ଅନୁଯାୟୀ ଆମର ଗୋଷ୍ଠୀ ଜଙ୍ଗଲ ସମ୍ୱଳ ଅଧିକାରର ମାନ୍ୟତା ଓ ଅଧିକାର ପ୍ରଦାନ ନେଇ ଦାବି କରାଯାଇଛି।ଜିଲ୍ଲା ସ୍ତରୀୟ କମିଟି ଏବଂ ଏଫ୍ଆଙର୍ଏ. କକ୍ଷ ପ୍ରତି ଅନେକ ଆଭିମୁଖ୍ୟ ସତ୍ତ୍ୱେ, ଏହି ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ବିଷୟରେ ଆମେ କୌଣସି ସନ୍ତୋଷଜନକ ପ୍ରତିକ୍ରିୟା କିମ୍ୱା କାର୍ଯ୍ୟାନୁଷ୍ଠାନ ପାଇନାହୁଁ।ଯାହା ଆମ ସମ୍ପ୍ରଦାୟ ମଧ୍ୟରେ ବହୁତ ଚିନ୍ତା ସୃଷ୍ଟି କରିଛି।ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ବିଗତ ୨୩.୦୨.୨୦୨୪ ତାରିଖରେ ଅନୁମୋଦନ କରାଯାଇଥିବା ୧୪୧ଟି ଗୋଷ୍ଠୀ ଜଙ୍ଗଲ ସମ୍ୱଳ ଅଧିକାରକୁ ସ୍ୱୀକୃତି ଏବଂ ସାବ୍ୟସ୍ତ କରିବା ସହିତ ଗୋଷ୍ଠୀ ଜଙ୍ଗଲ ଅଧିକାର ପଟ୍ଟା ଓ ଗୋଷ୍ଠୀ ଜଙ୍ଗଲ ସମ୍ୱଳ ଅଧିକାର ପଟ୍ଟା ପ୍ରଦାନ କରାଯାଉ।

publive-image

ଜିଲ୍ଲସ୍ତରୀୟ କମିଟି ଦ୍ୱାରା ବିଗତ ୧୮.୦୫.୨୦୨୩ ତାରିଖରେ ଅନୁମେଦନ କରାଯାଇଥିବା ୯୩ଟି ଗୋଷ୍ଠୀ ଜଙ୍ଗଲ ସମ୍ୱଳ ଅଧିକାରକୁ ସ୍ୱୀକୃତି ଏବଂ ସାବ୍ୟସ୍ତ କରିବା ସହିତ ଗୋଷ୍ଠୀ ଜଙ୍ଗଲ ଅଧିକାର ପଟ୍ଟା ଓ ଗୋଷ୍ଠି ଜଙ୍ଗଲ ସମ୍ୱଳ ଅଧିକାର ପଟ୍ଟା ନଥିପତ୍ର ପ୍ରଦାନ କରାଯାଉ।ଏଥିସହ କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟମକଣ୍ଡା ପଞ୍ଚାୟତର ଗୁଣ୍ଠାୱାଡା,ସାଇଲୁର,ରାମଚନ୍ର୍ଏପୁର ଗ୍ରାମକୁ ଦୀର୍ଘ ଦିନରୁ ଉପଖଣ୍ଡ ସ୍ତରୀୟ କମିଟି ନିକଟରେ ସଂଶୋଧନ କରିବା ନାମରେ ପଡ଼ି ରହିଛି।ତାକୁ ଉପଖଣ୍ଡ ସ୍ତରୀୟ କମିଟି ଓ ଜିଲ୍ଲା ସ୍ତରୀୟ କମିଟି ଦ୍ୱାରା ଅନୁମୋଦନ କରାଯାଇ ଗୋଷ୍ଠୀ ଜଙ୍ଗଲ ସମ୍ୱଳର ଅଧିକାର ସହ ସ୍ୱୀକୃତି ପ୍ରଦାନ କରାଯାଉ।

ସେହିପରି ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଦିବାସୀ ବହୁଳ ଗ୍ରାମ ଗୁଡିକର ଗୋଷ୍ଠୀ ଜଙ୍ଗଲ ଅଧିକାର ଦରଖାସ୍ତ ଗୁଡିକ ଉପଖଣ୍ଡ ସ୍ତରୀୟ ଜଙ୍ଗଲ ଅଧିକାର କମିଟିକୁ ନ ଯାଇ ତହସିଲ କାର୍ଯ୍ୟାଳୟ ଗୁଡିକରେ ଯାଞ୍ଚ ପାଇଁ ବର୍ଷ ବର୍ଷ ହୋଇ ପଡିରହିଛି। ତାହାକୁ ତରାନ୍ୱିତ କରି ଆଦିବାସୀଙ୍କୁ ନିଜ ଗୋଷ୍ଠୀ ଜଙ୍ଗଲ ସମ୍ୱଳ ଅଧିକାର ଜନିତ ପଟ୍ଟା ପ୍ରଦାନ କରାଯାଉ।ଏହି ଦାବିକୁ ଗମ୍ଭୀରତାର ସହ ବିଚାର କରି ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ନିୟମ ୨୦୧୨ ଅନୁଯାୟୀ ଏହାର ସମାଧାନ କରିବାକୁ ଚେଷ୍ଟା କରୁଥିବା ଐତିହାସିକ ଅନ୍ୟାୟର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ।ନଚେତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଆନ୍ଦୋଳନର ନେତୃତ୍ବ ନେଉଥିବା କାଲିମେଳା ମହାଗ୍ରାମସଭାର ସଭାପତି ଇଶ୍ବର ମାଡକାମୀ,ସାମାଜିକ କର୍ମୀ ସୂର୍ଯ୍ୟ ନାରାୟଣ ନାୟକ,ଜୟନ୍ତୀ ବୁରୁଦା,ଚୁମକି ବେହେରା ସମେତ ୧୧୧ ସରପଞ୍ଚ ପ୍ରମୁଖ ଚେତାବନୀ ଦେଇଛନ୍ତି।