ବଲାଙ୍ଗୀର: ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବେଶ ସହିତ ନୃତ୍ୟ, ଗୀତ, ବାଦ୍ୟ, ସଙ୍ଗୀତର ତାଳେ ତାଳେ ନାଚି ନାଚି ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ୧୦ ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ପରେ କଲେଜଛକସ୍ଥିତ କଲ୍ୟାଣ ମଣ୍ଡପଠାରେ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବ୍ଲକ୍‌ ସଭାପତି ବଳଦେବ ଭୋଇ ନିମାଇଁ ଚରଣ ଝାଙ୍କର, ପକ୍ଷଳେଶ୍ୱର ଭୋଇ, ଭୁବନେଶ୍ୱର କୁଅଁର, ଦଶରଥ ଛତ୍ରିଆ, ଚନ୍ଦ୍ର ବରିହା, ରସିକ ଧରୁଆ, ସନ୍ତୋଷ ପୁଟା, ରାଜୀବ କୁଅଁର, ମନରଞ୍ଜନ ଭୋଇ, ସୁରଥ ଧରୁଆ, ଚୌବନ କିଶୋର ମାଝୀ, ପ୍ରଫୁଲ୍ଲ ତୁମୁନିଆଁ, ଅଚ୍ୟୁତ ଧରୁଆ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ସାରଥୀ ବାଗ, ଗୌରାଙ୍ଗ ବରିହା, ଘନ ଭୋଇ, ଧରମ ସିଂ ଧରୁଆ, ଯଦୁମଣି ବରିହା, ଲକ୍ଷ୍ମୀ ଶବର, ଖେଳନ୍ତି ସମରଥ, ଟଙ୍କଧର ଧରୁଆ, ଶୋଭାଯାତ୍ରା ପରିଚାଳନା କରିଥିଲେ। ଗିରିଧାରୀ ଭୋଇ ସଭା ପରିଚାଳନା କରିଥିଲେ।