ଭୁବନେଶ୍ବର : ଦୁଇ ଦଫା ଦାବି ନେଇ ଆଜି ଆଦିବାସୀ ସେଙ୍ଗଲ ଅଭିଯାନର ୭ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କୁ ଭେଟି ଦୁଇ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛି। ଆଦିବାସୀ ଗାଁରେ ଲୋକତନ୍ତ୍ର ଲାଗୁ ତଥା ଗାଁ ମୁଖିଆ ନିର୍ବାଚନ ଓ ଗ୍ରାମ ସମାଜରେ ସମ୍ବିଧାନ, ମାନବାଧିକାର ଲାଗୁ, ବେଆଇନ ଭାବେ ଲୋକଙ୍କୁ ଦଣ୍ଡିତ କରାଯିବା, ସାମାଜିକ ବହିଷ୍କାର ଓ ଡାଆଣୀ ସନ୍ଦେହରେ ମହିଳାଙ୍କୁ ଅତ୍ୟାଚାର ବନ୍ଦ କରାଯାଉ ବୋଲି ଅଭିଯାନ ପକ୍ଷରୁ ଦାବି କରାଯାଇଛି। ଏହି ଦୁଇ ଦାବି ଉପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ରାଜ୍ୟପାଳ ଶ୍ରୀ ଲାଲ ଆଶ୍ବାସନା ଦେଇଥିଲେ। ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଲଖନ୍ ମୁର୍ମୁଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳରେ ସୁମିତ୍ରା ମୁର୍ମୁ, ନରେନ୍ଦ୍ର ହେମ୍ବ୍ରମ୍, ରବିନାରାୟଣ ସୋରେନ୍, ଶ୍ରୀକାନ୍ତ ସୋରେନ୍, ନାରାୟଣ ମୁର୍ମୁ ପ୍ରମୁଖ ସାମିଲ ଥିଲେ।
ରାଜ୍ୟପାଳଙ୍କୁ ଆଦିବାସୀ ସେଙ୍ଗଲ ଅଭିଯାନର ସ୍ମାରକପତ୍ର
/sambad/media/post_attachments/wp-content/uploads/2022/07/WhatsApp-Image-2022-07-22-at-6.38.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)