ଗ˚ଜେଇ ପାଇଁ ଭଡ଼ାରେ ଆଦିବାସୀଙ୍କ ଜମି : ପଢ଼ା ଖର୍ଚ୍ଚ ପାଇଁ ଚୋରାଚାଲାଣରେ ଛାତ୍ର, ୩ ବର୍ଷ ମଧ୍ୟରେ ୧୨ ଗିରଫ

କଟକ : ଗ˚ଜେଇ ଚାଷ ପାଇଁ ଭଡ଼ାରେ ଲାଗିଛି ଓଡ଼ିଶାର ଆଦିବାସୀଙ୍କ ଜମି। ଆନ୍ଧ୍ରର ଗ˚ଜେଇ ମାଫିଆମାନେ ମାଲକାନଗିରି, ରାୟଗଡ଼ାର ଗୁଣୁପୁର, ଗଜପତି, ଫୁଲବାଣୀ, କନ୍ଧମାଳରେ ଥିବା ଆଦିବାସୀଙ୍କୁ ଜମି ପାଖାପାଖି ୫୦ ହଜାର ଟଙ୍କା ଦେଇ ଗ˚ଜେଇ ଚାଷ ପାଇଁ ନିଜ କବ୍‌ଜାକୁ ନେଉଛନ୍ତି। ଆନ୍ଧ୍ର ସମେତ ପୁରୀ, ଭୁବନେଶ୍ବର, ବାଲେଶ୍ବର, କଟକର ପାଖାପାଖି ୩୫ ଜଣ ମାଫିଆ ଏଭଳି ବେଆଇନ କାରବାରରେ ସାମିଲ ଅଛନ୍ତି। ଅବକାରୀ ବିଭାଗ ଓ ପୁଲିସର ଗିରଫଦାରୀରୁ ଖସିବା ପାଇଁ ଆଦିବାସୀଙ୍କୁ ଏଭଳି ଢ˚ଗରେ ମାଫିଆମାନେ ବ୍ୟବହାର କରୁଥିବା ଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଲାଗିଛି। ଏଠାକାର ଗ˚ଜେଇ ରାଜ୍ୟ ବାହାରକୁ ଚାଲାଣରେ କନ୍ଧମାଳର ଗୋଛାପଡ଼ା ଓ ଟିକାବାଲି, ବୌଦ୍ଧର ବାଉଁଶୁଣି ଓ ଗଜପତି ଜିଲ୍ଲାର ଯୁକ୍ତ ୨, ଯୁକ୍ତ ୩ ଓ ଇଞ୍ଜିନିୟରି˚ ଛାତ୍ରଙ୍କୁ ନିୟୋଜିତ କରାଯାଇଛି। ବ୍ରାଉନ୍‌ସୁଗାର ପରି ଗ˚ଜେଇରେ ବି ଛାତ୍ର ନିୟୋଜିତ ହେଉଛନ୍ତି। କଲେଜ୍‌ ଛାତ୍ର ଏୟାର ବ୍ୟାଗ୍‌ରେ ଗ˚ଜେଇ ଭର୍ତ୍ତି କରି ବସ୍‌ କିମ୍ବା ଟ୍ରେନ୍‌ରେ ଚାଲାଣ ବେଳେ ବାସ୍ନା ନହେବା ପାଇଁ ବ୍ୟାଗ୍‌ରେ ହଳଦୀ ଗୁଣ୍ତର ସ୍ପ୍ରେ ଦିଆଯାଉଛି। ୨୦୧୭ରୁ ୨୦୨୦ ଭିତରେ ୧୨ ଜଣ କଲେଜ ଛାତ୍ର କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଗିରଫ ହୋଇ ଜେଲ୍‌ ଗଲେଣି। ଏମାନଙ୍କ ବାଦ୍‌ ୩ ଜଣ ଭାଇ-ଭଉଣୀ ଓ ମହିଳା ବି ଗିରଫ ହୋଇଥିବା ସୂଚନା ମିଳିଛି।

ଅବକାରୀ ଗୁଇନ୍ଦା ବିଭାଗ ୨୦୧୭ ମେ ୮ ତାରିଖରେ କନ୍ଧମାଳ ଗୋଛାପଡ଼ା କଲେଜର ଯୁକ୍ତଦୁଇ ଦ୍ବିତୀୟବର୍ଷ ବିଜ୍ଞାନ ଛାତ୍ର ଏବ˚ ବୌଦ୍ଧ ଜିଲ୍ଲା ବାଉଁଶୁଣି କଲେଜର ଯୁକ୍ତତିନି ତୃତୀୟବର୍ଷ କଳା ଛାତ୍ରକୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୧୨ କେଜି ଗ˚ଜେଇ ଜବତ ହୋଇଥିଲା। ସେହିଦିନ କନ୍ଧମାଳ ଗୋଛାପଡ଼ା କଲେଜର ଯୁକ୍ତଦୁଇ ଦ୍ବିତୀୟବର୍ଷ କଳା ଛାତ୍ର, ବୌଦ୍ଧ ଜିଲ୍ଲାର ଯୁକ୍ତତିନିର ଦୁଇଜଣ ଛାତ୍ରଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୮ କେଜି ଗଞ୍ଜେଇ ଜବତ ହୋଇଥିଲା। ୨୦୧୭ ମେ ୨୯ ତାରିଖରେ କନ୍ଧମାଳ ଗୋଛାପଡ଼ା କଲେଜର ଯୁକ୍ତଦୁଇ ଦ୍ବିତୀୟବର୍ଷ କଳାଛାତ୍ର ଏବ˚ ଯୁକ୍ତତିନି ଦ୍ବିତୀୟବର୍ଷ କଳାଛାତ୍ରକୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ମୋଟ ୩୫ କେଜି ଗଞ୍ଜେଇ ଜବତ କରାଯାଇଥିଲା। ୨୦୧୭ ଅକ୍ଟୋବର ୩୧ ତାରିଖରେ କନ୍ଧମାଳ ଟିକାବାଲି କଲେଜର ଯୁକ୍ତତିନି ଦ୍ବିତୀୟବର୍ଷ ବିଜ୍ଞାନ ଛାତ୍ର ଏବ˚ କେନ୍ଦୁଝର ଆନନ୍ଦପୁରର ସହଯୋଗୀକୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ଏକ ହୋଣ୍ତାସିଟି କାର‌୍‌ ସମେତ ୭୦ କେଜି ଗଞ୍ଜେଇ ଜବତ ହୋଇଥିଲା। ୨୦୧୮ ଜାନୁଆରି ୧୫ ତାରିଖରେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କଟ୍ରିଙ୍ଗିଆର ଫୁଲବାଣୀ ସ୍ବୟ˚ଶାସିତ ସରକାରୀ କଲେଜ୍‌ରେ ପଢ଼ୁଥିବା ଯୁକ୍ତଦୁଇ କଳା ଦ୍ବିତୀୟବର୍ଷ ଛାତ୍ର, ଓଡ଼ଙ୍ଗା ମହାବିଦ୍ୟାଳୟର ଯୁକ୍ତଦୁଇ ଦ୍ବିତୀୟବର୍ଷ କଳାଛାତ୍ର ଏବ˚ ଟିକାବାଲି କଲେଜର ଯୁକ୍ତଦୁଇ ଦ୍ବିତୀୟବର୍ଷ ଛାତ୍ରଙ୍କୁ ଗିରଫ କରାଯାଇଥିଲା। ୨୦୧୮ ମାର୍ଚ୍ଚ ୨୮ ତାରିଖରେ ହାଓଡା ଜିଲ୍ଲା ଡଲ୍‌ବାରିଆର ଜଣେ ମହିଳାଙ୍କୁ ଗିରଫ କରିଥିଲା। ସମ୍ପୃକ୍ତ ମହିଳାଙ୍କ ନିକଟରୁ ଏକ କୁଇଣ୍ଟାଲ୍‌ ୨୧ କେଜି ଓଜନର ଗଞ୍ଜେଇ ଜବତ ହୋଇଥିଲା। ୨୦୧୮ ଏପ୍ରିଲ ୪ ତାରିଖରେ ଚାଉଳିଆଗଞ୍ଜ ଗାନ୍ଧୀପଲ୍ଲୀରୁ ୧ କୁଇଣ୍ଟାଲ୍‌ ୧୨ କେଜି ଓଜନର ଗଞ୍ଜେଇ ଚାଲାଣ କରୁଥିବା ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ଭାଇ ଓ ଭଉଣୀଙ୍କୁ ଗିରଫ କରାଯାଇଥିଲା। ୨୦୧୯ ଏପ୍ରିଲ ୩ ତାରିଖରେ ରାଜ୍ୟ ଅବକାରୀ ଫ୍ଲାଇ˚ସ୍କ୍ବାଡ୍‌ ଗଜପତିର ଇଞ୍ଜିନୟରି˚ ଛାତ୍ରକୁ ଗିରଫ କରିଥିବା ବେଳେ ଛାତ୍ର ନିକଟରୁ ୨୨ କେଜି ଓଜନର ଗଞ୍ଜେଇ ଜବତ କରାଯାଇଥିଲା। ତେବେ ବ୍ରାଉନ୍‌ସୁଗାର ପରି ଗ˚ଜେଇରେ ଏଭଳି ଛାତ୍ରଙ୍କ ସାମିଲ ଘଟଣା ରାଜ୍ୟରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି।

ସମ୍ବନ୍ଧିତ ଖବର