ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉଦ୍‌ଘାଟନ ୯ରେ

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଜନଜାତିଙ୍କ ସାମଗ୍ରିକ ବିକାଶକୁ ତ୍ୱରାନ୍ଵିତ ପାଇଁ ଗଠିତ ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ର ଉଦ୍‌ଘାଟନ କରାଯିବ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରର ଉତ୍କଳ ମଣ୍ଡପରେ ଏହାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ୯ଟି ଜନଜାତିବହୁଳ ଜିଲ୍ଲାର ବିଭିନ୍ନ ଜନଜାତି ଗୋଷ୍ଠୀର ୬୮ଟି ଜନଜାତି ଦଂପତିଙ୍କ ସହିତ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଦସ୍ୟ ଯୋଗଦେବେ।

ସମ୍ବନ୍ଧିତ ଖବର