୧୬ରେ ରାଜଧାନୀରେ ଗର୍ଜିବେ ଆଦିବାସୀ

ଭୁବନେଶ୍ବର : ଆଦିମ କାଳରୁ ‘ସଅର’ ସମ୍ପ୍ରଦାୟ ଆଦିବାସୀ ହୋଇଥିଲେ ବି ହଠାତ୍ କେନ୍ଦ୍ର ସରକାର ୨୦୦୨ ମସିହାରେ ସେମାନଙ୍କ ଆଦିବାସୀ ସ୍ବୀକୃତିକୁ ପ୍ରତ୍ୟାହାର କରିନେଇଛନ୍ତି। ଦୀର୍ଘ ୧୬ ବର୍ଷ ହେଲା ଦାବି କରି ଆସୁଛୁ। ମାତ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି। ସଂଗ୍ରାମକୁ ଜୋରଦାର କରିବାକୁ ନୀଳମାଧବ ଆଦିବାସୀ ସଂଘ ସ୍ଥିର କରିଛି। ଆସନ୍ତା ୧୬ ତାରିଖରେ ସଂଘ ପକ୍ଷରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ଲୋୟର ପିଏମ୍‌ଜିରେ ଧାରଣା ଦେବେ। ଆଜି ଯାଁଳା ରାଧାଚରଣପୁରଠାରେ ପୁରୀ, ନୟାଗଡ଼ ଓ ଖୋର୍ଧା ଜିଲ୍ଲାର ଶତାଧିକ ଆଦିବାସୀ ମିଳିତ ହୋଇ ୧୬ ତାରିଖରେ ‘ରାଜଧାନୀ ଚାଲ’ ନିଷ୍ପତ୍ତି ନେଇଛନ୍ତି। ସଂଘର ସଭାପତି ବାବନ ନାଏକଙ୍କ ଅଭିଯୋଗ ଅନୁସାରେ ରାଜ୍ୟର ସଅରମାନେ ପୂର୍ବରୁ ଆଦିବାସୀ ସ୍ବୀକୃତି ପାଇଁ ବିଭିନ୍ନ ସରକାରୀ ‌ଯୋଜନାର ସୁଫଳ ପାଉଥିଲେ। ମାତ୍ର ହଠାତ୍ ସରକାର ୨୦୦୨ ମସିହାରେ ସଅରମାନଙ୍କୁ ଆଦିବାସୀ ତାଲିକାରୁ ବାଦ୍‌ ଦେଇଦେଲେ। ଇଂରାଜୀ ବନାନକୁ ଦେଖି ସଅର ସମ୍ପ୍ରଦାୟକୁ ଆଦିବାସୀ ତାଲିକାରୁ ବାଦ୍ ଦେଇଦେଲେ। ଫଳରେ ରାଜ୍ୟର ପ୍ରାୟ ୧୫ ଲକ୍ଷରୁ ଅଧିକ ସଅରମାନେ ଏବେ ସମସ୍ତ ଆଦିବାସୀ କଲ୍ୟାଣ ଯୋଜନାରୁ ବଞ୍ଚିତ। କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ୍ ଓରାମ୍ ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇ କିଛି କରି ନଥି‌ଲେ।

ସମ୍ବନ୍ଧିତ ଖବର