ଅକ୍ଷୟ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବାଲୁକା କଳାକୃତି

କଟକ: ଓଡ଼ିଆ ଶ୍ରୋତାଙ୍କ ପାଇଁ ସେ ହେଉଛନ୍ତି ଚିର ସବୁଜ | ଆଜି ନାହାନ୍ତି ସତ କିନ୍ତୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଏବେ ବି ଟଙ୍କା ଗୀତ ଗୁଂଜରିତ ହୁଏ | ଆମେ କହୁଛୁ ଅକ୍ଷୟ ମହାନ୍ତି ବା ଖୋକା ଭାଇଙ୍କ କଥା | ଆଜି ତାଙ୍କ ଜନ୍ମଜୟନ୍ତୀରେ ସାରା ଓଡିଶାରୁ ଅକ୍ଷୟ ପ୍ରେମୀମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି | ତାଙ୍କ ସ୍ମୃତିରେ ଆଜି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରିଛନ୍ତି |

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ ମାଧ୍ୟମରେ ଲେଖିଛନ୍ତି ଯେ ‘ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗୀତିକାର ତଥା ଗାୟକ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ତାଙ୍କ ସ୍ଵତନ୍ତ୍ର ସଙ୍ଗୀତ ରଚନା ଓ ପରିବେଷଣ ଶୈଳୀ ତାଙ୍କୁ ସଙ୍ଗୀତପ୍ରେମୀଙ୍କ ହୃଦୟରେ ସର୍ବଦା ଜୀବିତ ରଖିବ’।

ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି | ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟ୍ୱିଟ କରି ଲେଖିଛନ୍ତି ଯେ ଅକ୍ଷୟ ମହାନ୍ତିଙ୍କ ଅବଦାନ ବିନା ଆଜିର ଓଡ଼ିଆ ସଙ୍ଗୀତ ଏଭଳି ହୋଇନଥାନ୍ତା |

ସମ୍ବନ୍ଧିତ ଖବର