କର୍ଲାମୁଣ୍ଡା : ଓଡ଼ିଶାର ପ୍ରତିଷ୍ଠିତ ସାମ୍ବାଦିକ ତଥା ‘ସମ୍ବାଦ’ ସମ୍ବଲପୁର ସଂସ୍କରଣର ଉପମହାପ୍ରବନ୍ଧକ (ବାର୍ତ୍ତା) ଦେବେନ୍ଦ୍ର ସାମନ୍ତରାୟଙ୍କ ଅକାଳ ବିୟୋଗରେ ସାମ୍ବାଦିକ ତଥା ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ସାମନ୍ତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ର ବିଶିଷ୍ଟ ଯୁବ ବାଲୁକାଶିଳ୍ପୀ ଓମପ୍ରକାଶ ସାହୁ ବାଲୁକାକଳାରେ ତାଙ୍କର ପ୍ରତିକୃତି ନିର୍ମାଣ କରିଛନ୍ତି।
କରୋନାରେ ଚାଲିଗଲା ଏହି ପ୍ରତିଷ୍ଠିତ ସାମ୍ବାଦିକଙ୍କ ଜୀବନ। ତେଣୁ ସୁରକ୍ଷିତ ରହିବା ପାଇଁ ସର୍ବଦା ସତର୍କ ରହିବାକୁ ମଧ୍ୟ ଶିଳ୍ପୀ ସାହୁ ପରାମର୍ଶ ଦେଇଛନ୍ତି। ସ୍ୱର୍ଗତ ସାମନ୍ତରାୟଙ୍କ ଅକାଳ ବିୟୋଗରେ ଏକ ଶୋକସଭା ‘ସମ୍ବାଦ’ ଓ ‘ସମ୍ବାଦ’ ସାହିତ୍ୟଘର, କର୍ଲାମୁଣ୍ଡା ପ୍ରେସ୍କ୍ଲବ୍ ପକ୍ଷରୁ ଅନୁଷ୍ଠିତ ହୋଇଥିଲା। ଏଥିରେ ‘ସମ୍ବାଦ’ ପ୍ରତିନିଧି ଭଜଶ୍ୟାମ ସାହୁ ଅଧ୍ୟକ୍ଷତା କରିଥିଲେ। ପ୍ରେସ୍କ୍ଲବ୍ର ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା, ପ୍ରଦୀପ ସାହୁ, କମ୍ବୁପାଣି ସାହୁ, ସତ୍ୟନାରାୟଣ କୁମାର, ସୌମ୍ୟରଂଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ସ୍ବଗର୍ତ ସାମନ୍ତରାୟଙ୍କ ସ୍ମୃତିଚାରଣ କରିଥିଲେ।