କିଶୋରଙ୍କୁ ଶ୍ରଦ୍ଧାଞ୍ଜଳି: ପରିବାରବର୍ଗଙ୍କୁ ଭେଟିଲେ ଖଣ୍ଡପଡ଼ା ବିଧାୟକ

ଖଣ୍ଡପଡ଼ା : ଲୋକପ୍ରିୟ କାର୍ଟୁନିଷ୍ଟ, ଢୁମ୍ପା କଳାକାର ଓ ଅଭିନେତା କିଶୋର ରଥଙ୍କ ପରିବାରକୁ ଭେଟିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ବୁଧବାର ସନ୍ଧ୍ୟାରେ ଖଣ୍ଡପଡ଼ା ସହରାଞ୍ଚଳସ୍ଥିତ ସ୍ବର୍ଗତ ରଥଙ୍କ ବାସଭବନରେ ଶ୍ରୀ ପଟ୍ଟନାୟକ ପହଞ୍ଚିବା ସହିତ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥିସହିତ; ତାଙ୍କ ପତ୍ନୀ ରୋଜାଲିନ୍‌ ଷଡ଼ଙ୍ଗୀ, ବୃଦ୍ଧ ପିତା କାଳିଚରଣ ରଥ, ଦୁଇପୁଅ ଦେବଦଳନ ଓ ଦର୍ପଦଳନଙ୍କୁ ଶ୍ରୀ ପଟ୍ଟନାୟକ ଭେଟିବା ସହିତ ଗଭୀର ସମବେଦନା ଜଣାଇଛନ୍ତି।

ସ୍ବର୍ଗତ ରଥଙ୍କ ଦଶାହ ଅବସରରେ ଆୟୋଜିତ ଶୋକସଭାରେ ଅମର ଆତ୍ମାର ସଦ୍‌ଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର , ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ତଥା ବିଶୋରଙ୍କ ଭଉଣୀ ଶୈଳବାଳା ରଥଙ୍କ ସମେତ ପରିବାରବର୍ଗ ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଗତ ପ୍ରାୟ ୩ ଦଶନ୍ଧି ଧରି ‘ସମ୍ବାଦ’ରେ ‘କଟାକ୍ଷ’ ଏବଂ ସ୍ପୋର୍ଟାକ୍ଷ ଜରିଆରେ ସାଧାରଣ ଜନତାଙ୍କ ସ୍ବର ହୋଇପାରିଥିବା ଏବଂ ‘ସମ୍ବାଦ’ର ଅଗଣିତ ପାଠକଙ୍କ ପ୍ରିୟଭାଜନ ହୋଇଥିବା ସ୍ବର୍ଗତ ରଥଙ୍କର ଗତ ୮ ତାରିଖ ସକାଳେ ହୃଦ୍‌ଘାତରେ ପରଲୋକ ଘଟିଥିଲା।

ଓଡ଼ିଶା କାର୍ଟୁନ୍‌ ଏକାଡ‌େମୀ ପକ୍ଷରୁ ୟୁନିଟ୍-୯ ସ୍ଥିତ ବିଏମ୍‌ସି ପ୍ରମୋଦ ଉଦ୍ୟାନ ପରିସରରେ ଆୟୋଜିତ ସଭାରେ ବିଶିଷ୍ଟ ବ୍ୟଙ୍ଗଶିଳ୍ପୀ କି‌‌‌ଶୋର ରଥଙ୍କ ସ୍ମୃତିଚାରଣ
ସମ୍ବନ୍ଧିତ ଖବର