ସ୍ବଭାବ କବିଙ୍କୁ ଜନ୍ମମାଟିରେ ‘ସମ୍ବାଦ’ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି

‘କବିଙ୍କ ପ୍ରତିଟି ସ୍ମୃତିପୀଠର ବିକାଶ ହେବ’

ବରପାଲି: କବି ଗଂଗାଧର ମେହେରଙ୍କ ଜନ୍ମମାଟି ବରପାଲିଠାରେ ‘ସମ୍ବାଦ’ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମୁଖ୍ୟ ଅତିଥି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ସେ କବି ଗଂଗାଧର ମେହେରଙ୍କ ପ୍ରତିଟି ସ୍ମୃତିପୀଠ ବିକାଶ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କବିଙ୍କ ସ୍ମୃତି ବହନ କରୁଥିବା ସମାଧି ପୀଠର ବିକାଶ କାମ ବ୍ୟକ୍ତିଗତ ଭାବେ ସେ ତଦାରଖ କରୁଥିବା ସୂଚନା ଦେଇଥିଲେ। ଏହି ଅବସ‌ରରେ ‘ସମ୍ବାଦ’ ସମ୍ବଲପୁର ସଂସ୍କରଣ ଶାଖା ପରିଚାଳକ ଗଜେନ୍ଦ୍ରନାଥ ମଲ୍ଲିକ, ଜିଲ୍ଲା ପ୍ରତିନିଧି ଅଞ୍ଜନ ପ୍ରଧାନ, ସହସଂପାଦକ ପ୍ରଦ୍ୟୁମ୍ନ ରାଉତ, ପ୍ରଶାନ୍ତ ମିଶ୍ର, ନରେଶଚନ୍ଦ୍ର ସେଠ, ଡୁଂଗୁରିପାଲି ସାହିତ୍ୟଘରର ପବିତ୍ର ମୋହନ ପାଣ୍ଡିଆ, ବଦ୍ରିନାରାୟଣ ପାଣ୍ଡିଆ, ଅମୂଲ୍ୟ ବେହେରା, ଦେବାଶିଷ ମହାପାତ୍ର, ଉଜ୍ୱଳ ମେହେର, ବରପାଲି ସାହିତ୍ୟଘରର  ମହେନ୍ଦ୍ର ମେହେର, ବୀରେନ୍ଦ୍ରନାଥ ନାଗ, ସୁବଳ ମାଝୀ, ସୁରେନ୍ଦ୍ର ମେହେର, ନିରଂଜନ ମେହେର, ଗୁଣନିଧି ମେହେର, ବଳରାମ ପଧାନ, ପଦ୍ମଲୋଚନ ସାହୁ, କିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ବଭାବ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର