ସହିଦର ମୃତ୍ୟୁ ନାହିଁ, ଏକାଦଶାହରେ ଶ୍ରଦ୍ଧାଞ୍ଜଳି

କଣ୍ଟିଗଡ଼ିଆ : ସିଆଚିନର ଲଦାଖ ଠାରେ ସହିଦ ହୋଇଥିବା ଯବାନ ଶଶାଙ୍କଶେଖର ସାମଲଙ୍କ ଏକାଦଶାହରେ ଗତକାଲି ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଧର୍ମଶାଳା ବ୍ଲକ୍‌ କ୍ଷେତ୍ରପାଳ ଗ୍ରାମର ଏହି ବୀର ସହିଦଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମାଜସେବୀ ନାରାୟଣ ଓଝାଙ୍କ ପରିଚାଳନାରେ ଅନୁଷ୍ଠିତ ଶୋକସଭାରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଧର୍ମଶାଳା କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି, ବଡ଼ଚଣା କଂଗ୍ରେସ ନେତା ଅଜୟ ସାମଲ, ଧର୍ମଶାଳା ବିଜେପି ନେତା ସର୍ବେଶ୍ବର ବେହୁରା ପ୍ରମୁଖ ଯୋଗଦେଇ ସହିଦ ଶଶାଙ୍କଙ୍କ ସ୍ମୃତିଚାରଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡ. ପ୍ରିୟନାଥ ମହାପାତ୍ର, ଜଗନ୍ନାଥ ସାମନ୍ତରାୟ, ଡ. ତୁହିନାଂଶୁ ରଥ, ନାଟ୍ୟକାର ଜୀବନ ଜେନା, ସରପଞ୍ଚ ଶାନ୍ତିଲତା ସାହୁ, ସତ୍ୟବ୍ରତ ପୃଷ୍ଟି, ଡ. ବନ୍ଦନା ହରିଚନ୍ଦନ, ରୋହିତ ନାୟକ, ଲିପିକା ରାୟ, ନୀଳମଣି ନାୟକ, ପବିତ୍ର ସାମଲ, ରମେଶ ସେଠୀ, ଜୀବନ ଜେନା, ଦିଗମ୍ବର ଜେନା, ଅଗ୍ନିଶମ ଅଧିକାରୀ ପ୍ରଭାକର ସାହୁ, ଆଇନଜୀବୀ ଦେବରାଜ ବେହେରା, ଶିଶୁ ସାହିତ୍ୟିକ ଅଭିମନ୍ୟୁ ଧଳ, ପୂର୍ବତନ ସରପଞ୍ଚ ଉତ୍ତମ କୁମାର ଦାସ, ସମାଜସେବୀ ଅରୂପାନନ୍ଦ ଜେନା, ଆଶାର ଦିଶା ସଭାପତି ସର୍ବେଶ୍ବର ବାରିକ, ଅଧ୍ୟାପକ ବିଜୟ କେତନ ମିଶ୍ର, ଫକୀର ନାରାୟଣ ସାମଲ ପ୍ରମୁଖ ଯୋଗଦେଇ ଶଶାଙ୍କଙ୍କ ଦେଶପାଇଁ ବଳିଦାନ ତାଙ୍କୁ ଅମର କରି ରଖିବ ବୋଲି ମତବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର