ସହିଦ ବ୍ରଜମୋହନଙ୍କୁ ଅଶ୍ରୁଳ ବିଦାୟ

ଆନନ୍ଦପୁର : ଛତିଶଗଡ଼ରେ ଲାଲବାହିନୀର ଲ୍ୟାଣ୍ତମାଇନ୍‌ସ ବିସ୍ଫୋରଣରେ ଗତକାଲି ସହିଦ୍‌ ହୋଇଥିବା ଘସିପୁରା ବ୍ଲକ ବଳରାମପୁର ପଞ୍ଚାୟତ ନଦୁଆଁ ଗ୍ରାମର ସିଆରପିଏଫ ଯବାନ୍‌ ବ୍ରଜମୋହନ ବେହେରା(୪୩ଙ୍କୁ ଆଜି ଜନ୍ମମାଟିରେ ଅଶ୍ରୁଳ ବିଦାୟ ଦିଆଯାଇଛି। ସ˚ଧୢା ସାଢ଼େ ୭ଟାରେ କେନ୍ଦୁଝର ଜିଲ୍ଲା ସୀମା ଜରଦାଠାରେ ବ୍ରଜମୋହନଙ୍କ ମରଶରୀର ପହଞ୍ଚିବା ସ୍ଥାନୀୟ ପୁଲିସ୍‌ ଓ ଜନସାଧାରଣ ତାଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଥିଲେ। ଏହାପରେ ବେଲବାହାଳିଠାରେ ହଜାରହଜାର ଜନସାଧାରଣ ସମବେତ ହୋଇ ସମ୍ମାନ ପ୍ରଦର୍ଶନ କରିଥିଲେ। ଜିଲ୍ଲାପରିଷଦ ସଦସ୍ୟ ତଥା ଅବସରପ୍ରାପ୍ତ ସୈନିକ ପ୍ରଭାକର ସାହୁଙ୍କ ନେତୃତ୍ବରେ ସହିଦ୍‌ଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।

ବାରିଗାଁ ଛକ ନିକଟରେ ମା’ ଧନେଇ ସେବାସ˚ଘ ସଭାପତି ବିଷ୍ଣୁ ପ୍ରସାଦ ବାରିକ୍‌ଙ୍କ ନେତୃତ୍ବରେ ଏବଂ ଏହାପରେ ଶାଳପଡ଼ା ଛକରେ ସହିଦଙ୍କୁ ଶେଷ ସମ୍ମାନ ଦିଆଯାଇଥିଲା। ୫ ଶହରୁ ଊର୍ଦ୍ଧ୍ବ ଯୁବକ ବାଇକ୍‌ରେ ଶୋଭାଯାତ୍ରାରେ ସାମିଲ ହୋଇ ବ୍ରଜମୋହନ ଅମର ରହେ ଧ୍ବନି ଦେଇଥିଲେ। ଶେଷରେ ହଜାରହଜାର ଜନସାଧାରଣଙ୍କ ଉପସ୍ଥିତି ସହିତ ଶୋକାକୁଳ ପରିବେଶ ମଧୢରେ ନଦୁଆଁ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସିଆରପିଏଫ୍‌ ପକ୍ଷରୁ ଗାର୍ଡ ଅଫ୍‌ ଅନର ଓ ତୋପସଲାମି ଦିଆଯାଇଥିଲା। ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଆନନ୍ଦପୁର ଉପଜିଲ୍ଲାପାଳ ରବୀନ୍ଦ୍ର ସାହୁ ଓ ଏସ୍‌ଡିପିଓ ଦିଲୀପ ବାଗ ଯୋଗଦେଇ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର