କେନ୍ଦୁଝର: ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ର ବିଡିଓ ଭାବେ କାର୍ଯ୍ୟ କରୁଥିଲେ। ଦୁଇମାସ ତଳେ କେନ୍ଦୁଝର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ। କିଛିମାସ ମଧ୍ୟରେ ସେ ସାଧାରଣ ଲୋକଙ୍କ ପାଇଁ କାମ କରି ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲେ।
ବିଶେଷ କରି ନିର୍ବାଚନ ସମୟରେ ରିଟର୍ଣ୍ଣିଂ ଅଧିକାରୀ ଭାବେ ନିରପେକ୍ଷ ହୋଇ କାମ କରି ପ୍ରଶଂସିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ନିଜର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/d8d723df-bd5c-4bc3-9349-6c6cb43aad51.jpeg)