ବ୍ରଜରାଜନଗର: ଦେଶ ସ୍ୱାଧୀନତାର ‘ଅମୃତ ମହୋତ୍ସବ’ ପାଳନ କରୁଛି। ଏହି ଅବସରରେ ୭୬ତମ ସ୍ୱାଧୀନତା ଦିବସ ପ୍ରବଳ ବର୍ଷା ସତେ ଝାରସଗୁଡାବାସୀ ଧୁମଧାମରେ ପାଳନ କରିଥିଲେ। ପ୍ରବଳ ବର୍ଷା ଓ ପବନ ଭଳି ପ୍ରତିକୂଳ ପାଗ ସତ୍ତ୍ବେ ଜଣେ ୧୦୫ ବର୍ଷର ବୃଦ୍ଧା ବାସ୍ମତି ଡିଲା ଝାରସୁଗୁଡା ବ୍ଲକ କୁଦପାଲି ପଞ୍ଚୟତ କାର୍ଯ୍ୟାଳୟରେ ଜାତୀୟ ପତାକା ‘ତ୍ରିରଙ୍ଗା’ ଉତ୍ତୋଳନ କରି ଯୁବପିଢି ଭିତରେ ଆଜି ଦେଶ ପ୍ରେମର ଉତ୍ସାହ ଭରିଦେଇଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ କୁଦପାଲି ସରପଞ୍ଚ କଲ୍ୟାଣି ଦିକ୍ଷୀତୀ, ପୂର୍ବତନ ସରପଞ୍ଚ କୃଷ୍ଣ ଦୀକ୍ଷିତ ଓ ୱାର୍ଡ ମେମ୍ବର ଆଦି ଉପସ୍ଥିତ ଥିଲେ ।
/sambad/media/post_attachments/wp-content/uploads/2022/08/ff25b4b9-ba8b-4e9d-938c-d158c3ec9733-1024x768.jpg)
ଶ୍ରୀମତୀ ଡିଲା ନିଜ ହାତରେ ନଡ଼ିଆ ଭାଙ୍ଗି ଜାତୀୟ ପତାକା ଉତ୍ତୋଳନ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏନେଇ କୁଦପାଲି ସରପଞ୍ଚ କଲ୍ୟାଣି ଦୀକ୍ଷିତିଙ୍କୁ ପଚାରିବାରୁ ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବାରୁ ଏହି ବର୍ଷକୁ ସ୍ମରଣୀୟ କରିବା ଉଦେଶ୍ୟରେ ପଂଚାୟତ ର ଜଣେ ବରିଷ୍ଠ ନାଗରିକ ଦ୍ଵାରା ପତାକା ଉତ୍ତୋଳନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କର ପ୍ରସ୍ତାବକୁ ପଞ୍ଚାୟତବାସୀ ଗ୍ରହଣ କରି ଶେଷରେ ଶ୍ରୀମତୀ ଡିଲାଙ୍କୁ ଚୟନ କରାଯାଇଥିଲା। ପତାକା ଉତ୍ତୋଳନ ପାଇଁ ଶ୍ରୀମତୀ ଡିଲା ରାଜିହୋଇ ଖୁସିର ସହିତ ଏହି କାର୍ଯ୍ୟ କରିଥିଲେ ବୋଲି ସରପଞ୍ଚ ସୂଚନା ଦେଇଥିଲେ। ଆଜି ବାସ୍ମତି ଡିଲା ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା କାର୍ଯ୍ୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/bf0ea20b-ced2-4ce1-b02c-62db8436fbed.jpg)