ଭଟଲି: ଭଟଲି ବ୍ଲକ୍ର କେନ୍ଦୁଗୁଡ଼ିଆ ଗ୍ରାମରେ ଆଜି ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ସମ୍ପନ୍ନ ହୋଇଛି। ସୋମନାଥ ପଣ୍ଡା ଓ ହରିହର ପଣ୍ଡା ପୂଜାର୍ଚ୍ଚନା କରିଥିବା ବେଳେ ଗୌନ୍ତିଆ ନିମାଇଁଚରଣ ପତି ଛେରାପହରା କରିଥିଲେ। ଅଶୋକ ପତି, କ୍ଷୀତିପତି ପତି, ଆନନ୍ଦ ପତି, ବିଧାନଚନ୍ଦ୍ର ପତି ପ୍ରମୁଖ ମହାପ୍ରଭୁଙ୍କ ନୀତିକାନ୍ତିରେ ସହଯୋଗ କରିଥିଲେ। ପୂଜାର୍ଚ୍ଚନା ପରେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହୋଇଥିଲା।
ବିଜୟ ବର୍ଗେ ଓ ତାଙ୍କ ଦଳ ଭଜନ ଓ ସଂକୀର୍ତ୍ତନ୍ୟ ପରିବେଷଣ କରିଥିଲେ। ରଥ ପଡ଼ିଆରେ ପହଞ୍ଚିବା ପରେ ସେଠାରେ ପୂଜାର୍ଚ୍ଚନା ଆଳତୀ ପ୍ରଦାନ କରି ନବଜାତ ଶିଶୁ ମାନଙ୍କ ରଥଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ପୁଣି ରଥ ପଡ଼ିଆରୁ ଶ୍ରଦ୍ଧାଳୁମାନେ ରଥଟାଣି ମନ୍ଦିର ପ୍ରାଙ୍ଗଣକୁ ଆଣିଥିଲେ। ସେଠାରେ ପହଞ୍ଚିବା ପରେ ଲକ୍ଷ୍ମୀ ଓ ନାରାୟଣଙ୍କ ଭେଟ ହୋଇଥିଲା। ପରେ ଶ୍ରୀଜିଉ ରତ୍ନ ସିଂହାସନରେ ବିଜେ କରିଥିଲେ। ବାହାଡ଼ା ଯାତ୍ରା ଦେଖିବା ପାଇଁ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/13.jpg)