ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି। ପଟ୍ଟନାୟକିଆ ଟ୍ରିପଲ ମର୍ଡର ଜମି ଜମା ବିବାଦକୁ ନେଇ ଘଟିଛି ଏବଂ ଏ ସଂକ୍ରାନ୍ତରେ ୬ ଜଣ ଗିରଫ ହୋଇଛନ୍ତି ବୋଲି ସେ କହିଛନ୍ତି।
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଳି ଅଭିଯୋଗ କରି ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ଗତକାଲି ବିଧାନସଭାରେ ହଟ୍ଟଗୋଳ କରିଥିଲେ ଏବଂ କେନ୍ଦ୍ରାପଡ଼ା ଗୁଳିକାଣ୍ଡ ଓ ପଟ୍ଟନାୟକିଆ ଠାରେ ଘଟିଥିବା ଟ୍ରିପଲ୍-ମର୍ଡର ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ।
/sambad/media/post_attachments/wp-content/uploads/2019/07/download-4-5.jpg)
ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରଥମେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଏ ସଂପର୍କରେ ଗୃହରେ ଏକ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି ଉପରେ ଅଡ଼ି ବସିବାରୁ ବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କୁ ବିବୃତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ଆଜି ଗୃହରେ ଏକ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,ଗତ ୧୪ ତାରିଖ ଦିନ ଏକ ଦୁର୍ଭାଗ୍ୟଜନକ ଘଟଣାରେ ପୁରୀ ଜିଲ୍ଲାର ସଦାନନ୍ଦପୁର ଗାଁରେ ୩ ଜଣ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ଏ ସଂପର୍କରେ ଏକ ଏତଲା ସତ୍ୟବାଦୀ ଥାନାରେ ଦାଏର କରାଯାଇଛି ଏବଂ ପୋଲିସ ଘଟଣାର ତଦନ୍ତ ପାଇଁ ତ୍ୱରାନ୍ଵିତ ପଦକ୍ଷେପ ନେଇଛି। ୬ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଫେରାର୍ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦୃଢ଼ ପଦକ୍ଷେପ ନିଆଯାଉଛି। ସଂପୃକ୍ତ ଅଂଚଳରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଏବଂ ପୀଡ଼ିତ ପରିବାରଙ୍କୁ ସୁରକ୍ଷା ଦେବା ଲାଗି ଯଥେଷ୍ଟ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଲେ ଯେ, ଉଭୟ ଅଭିଯୁକ୍ତ ଓ ମୃତକମାନେ ଏକା ଅଂଚଳର ବାସିନ୍ଦା ଏବଂ ସେମାନେ ପରସ୍ପରର ଦୂର ସଂପର୍କୀୟ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଉଭୟ ପରିବାର ମଧ୍ୟରେ ଥିବା ଦୀର୍ଘ ଦିନର ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବାର ଜଣାଯାଏ।
/sambad/media/post_attachments/wp-content/uploads/2019/07/123139406315632838801766035491.jpg)
ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହିତ ସମସ୍ତ ଜଘନ୍ୟ ଅପରାଧ ଘଟଣାରେ ପୋଲିସ ପକ୍ଷରୁ ତ୍ୱରାନ୍ଵିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସଂଗଠିତ ଅପରାଧରେ ସଂପୃକ୍ତ ଅପରାଧୀଙ୍କ ବିରୁଦ୍ଧରେ ନିୟମିତ ସ୍ୱତନ୍ତ୍ର ଅଭିଯାନ କରାଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ରାଜ୍ୟ ତମାମ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି। ମାଓବାଦୀ ଉପଦ୍ରବ ମୁକାବିଲା ଦିଗରେ ଯଥେଷ୍ଟ ଉନ୍ନତି ଘଟିଛି। ନିକଟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଶାନ୍ତି ଶୃଙ୍ଖଳା ସହିତ ସଂପନ୍ନ ହୋଇଛି। ବାତ୍ୟା ଫନି ବେଳେ ପୋଲିସ କ୍ଷତିଗ୍ରସ୍ତ ଅଂଚଳରେ ଆଇନ ଶୃଙ୍ଖଳା ରକ୍ଷା କରିବା ସଂଗେ ସଂଗେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ମଧ୍ୟ ସହଯୋଗ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
‘‘ସବୁ ନାଗରିକମାନଙ୍କର ଧନଜୀବନର ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ରକ୍ଷା ପାଇଁ ମୋ ସରକାର ସଂପୂର୍ଣ୍ଣ ପ୍ରତିବଦ୍ଧ’’ ବୋଲି ନବୀନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/download-3-8.jpg)