ଚକ୍‌ ଖଡ଼ିରେ ତ୍ରିରଙ୍ଗା

କାଳିଆପାଣି: ସୋମବାର ସ୍ବାଧୀନତା ଦିବସ। ଏହି କାର୍ଯ୍ୟକ୍ରମକୁ ସାରା ଭାରତବାସୀ ପାଳନ କରୁଛନ୍ତି। ତେବେ କିଏ କେଉଁ ଢଙ୍ଗରେ ଏହି ଦିବସକୁ ପାଳନ କରୁଛନ୍ତି। କିଏ ବଡ ବଡ ପତାକା କରି ଶୋଭଯାତ୍ରା କରୁଛନ୍ତି ତ ଆଉ କିଏ ଘର  ଓ ଅନୁଷ୍ଠାନ ଉପରେ ଏହି ତ୍ରିରଙ୍ଗା ପତାକାକୁ ଲଗାଇ ପାଳନ କରୁଛନ୍ତି।

ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ହର ଘର ତ୍ରିରଙ୍ଗା। ପ୍ରତ୍ୟେକେ ନିଜ ନିଜ ଘରେ ତ୍ରିରଙ୍ଗା ଲଗାଇ ଏହି ଦିବସକୁ ପାଳନ କରନ୍ତୁ। ଏହି ଅବସରରେ ହର ଘର ତ୍ରିରଙ୍ଗାରେ ସାମିଲ ହୋଇ ସୁକିନ୍ଦା ବ୍ଲକ ପୁବଳ ପ୍ରାଥମିକ ସ୍କୁଲ ଶିକ୍ଷକ ବସନ୍ତ କୁମାର ଦାସ ଏକ ଚକ୍‌ଖଡ଼ିରେ ୨ ସେଣ୍ଟିମିଟର ଲମ୍ବର ତ୍ରିରଙ୍ଗା ତିଆରି କରିଛନ୍ତି। ଏହାକୁ ଏକ ସୁଦୃଶ୍ୟ ଖମ୍ବରେ ସଜାଇବା ସହ ତଳେ ଇଣ୍ଡିଆ ଲେଖି ସମାଜକୁ ସୁନ୍ଦର ବାର୍ତ୍ତା ଦେଇଛନ୍ତି।

ସମ୍ବନ୍ଧିତ ଖବର