ଆସନ୍ତା ୨୬ରୁ ୩୦ ପ୍ରବଳ ବର୍ଷା, ଲଘୁଚାପରେ ପରିଣତ ହୋଇ ଓଡ଼ିଶା ଆଡ଼କୁ ମୁହାଁଇଲା ‘ଡିଆଁମୁ’

ଭୁବନେଶ୍ୱର: ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ‘ଡିଆଁମୁ’ ଆଜି ଏକ ଲଘୁଚାପରେ ପରିଣତ ହୋଇଛି । ଏହି ଲଘୁଚାପ କ୍ଷେତ୍ରଟି ଏବେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏହାର ପ୍ରଭାବରେ ଆସନ୍ତା ୨୫ରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଓଡ଼ିଶା, ପଶ୍ଚିମବଙ୍ଗ, ଉତ୍ତର-ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ଆକଳନ ଅନୁଯାୟୀ ଏହା ଓଡ଼ିଶା ଉପକୂଳ ଆଡକୁ ମୁହାଁଇଛି | ତେବେ ଏହି ଲଘୁଚାପ, ନିମ୍ନ ଚାପରେ ପରିଣତ ହୋଇ ଓଡିଶା, ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଗୁଜୁରାଟ ଦେଇ ଗତି କରିବ। ଏହାର ପ୍ରଭାବରେ ଆସନ୍ତା ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ |

ତେବେ ଆକଳନ ଅନୁଯାୟୀ କ୍ରମଶଃ ମୌସୁମୀ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ରାଜସ୍ଥାନ ଉପରେ ଉପରେ ପ୍ରଭାବ ପକାଇବ | ମାସର ଶେଷ ଦିନ ପର୍ଯ୍ୟନ୍ତ ଦେଶର ପୂର୍ବ, କେନ୍ଦ୍ରୀୟ ଏବଂ ପଶ୍ଚିମ ଭାଗରେ ସକ୍ରିୟ ମୌସୁମୀ ଅବସ୍ଥା ବିସ୍ତାର କରିବ | ଏହା ପରେ ମଧ୍ୟ ଉତ୍ତର ଭାରତ ଉପରେ ବର୍ଷା ଜାରି ରହିବ | ସମ୍ଭବତଃ ଅକ୍ଟୋବର ପ୍ରଥମ ସପ୍ତାହରୁ ଉତ୍ତର ଭାରତରେ ପ୍ରବଳ ବର୍ଷା ହେବ |

ସମ୍ବନ୍ଧିତ ଖବର