ଆଏଫଏସ୍ ଅଫିସରଙ୍କ ଆଲିସାନ ବଙ୍ଗଳାରେ ଦ୍ୱିତୀୟ ଦିନ ଚଢ଼ାଉ: ମିଳିଲା ଅଧ କିଲୋରୁ ଅଧିକ ସୁନା, ପୁଅଙ୍କୁ ଅଣାଯାଉଛି ଓଡ଼ିଶା

ଭୁବନେଶ୍ବର: ଆଏଫଏସ ଅଫିସର ଅଭୟ ପାଠକ ଗଲା ଦୁଇ ଦିନ ହେଲା ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଅମାପ ସମ୍ପତ୍ତିର ସରୁନି ଆକଳନ । ଆଇଏଫଏସ ଅଫିସରଙ୍କ  ଅୟସ ଜୀବନଧାରାର  ଚିତ୍ର ସାମ୍ନାକୁ ଆସିଛି । ଅତିରିକ୍ତ ପିସିସିଏଫଙ୍କ ଆଲିସାନ ବଙ୍ଗଳାର ଚିତ୍ର ଦେଖିଲେ ଆପଣଙ୍କ ଆଖି ଲାଖିଯିବ। ଆଜି ଦ୍ୱିତୀୟ ଦିନରେ ବି ତାଙ୍କ ଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସର ଚଢ଼ାଉ କରିବା ସହ ତାଙ୍କୁ ଘନ ଘନ ଜେରା  କରାଯାଉଛି । ଖବର ମିଳିଛି କି ତାଙ୍କ ପୁଅ ଆକାଶ ପାଠକଙ୍କୁ ପୁନେରୁ ଓଡ଼ିଶା ଅଣାଯାଉଛି।

ଆଜି ତାଙ୍କ ଘରୁ ଅଧ କିଲୋରୁ ଅଧିକ ସୁନା ମିଳିବା ସହ ଘରୁ ଓ ଅଫିସରୁ ପୁଳାପୁଳା ଚାର୍ଟର ଫ୍ଲାଇଟ ଟିକେଟ ମିଳିଛି । ସେପଟେ ପାଠକଙ୍କ ପୁତୁରା ଡା. ହର୍ଷ ପାଠକଙ୍କ ଭୁବନେଶ୍ବର  କ୍ଲିନିକରେ ମଧ୍ୟ ଚଢ଼ାଉ କରାଯାଇଛି । ଗତକାଲି ତାଙ୍କ ପୁତୁରାଙ୍କ ନିକଟରୁ ୫୦ଲକ୍ଷ ଟଙ୍କା ବି ମିଳିଥିଲା। ଆଜି ମୁମ୍ବାଇରେ ଥିବା ପୁଅଙ୍କ ଘରେ ବି ଚଢାଉ ଚାଲିଛି । ଗତକାଲି ଭିଜିଲାନ୍ସର ପ୍ରାୟ ଦେଢ ଶହ କର୍ମଚାରୀ ଓଡିଶା ସମେତ ମହାରାଷ୍ଟ୍ର ଓ ବିହାରର ୧୨ଟି ସ୍ଥାନରେ ଚଢ଼ାଉ କରିଥିଲେ ।

ଏହି ବରିଷ୍ଠ ଆଇଏଫଏସ୍ ଅଧିକାରୀଙ୍କ ଘରେ ଚଢ଼ାଉ ସମୟରେ ଯାହା ସାମନାକୁ ଆସିଥିଲା ସେସବୁ ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। । ଏକାଧିକ ଦାମୀ ଗାଡି ସହ ଚାର୍ଟର ଫ୍ଲାଇଟ ଟିକେଟ ବି ମିଳିଥିଲା । ଲକଡାଉନ ସମୟରେ ଅଭୟ ପାଠକ ୨୦ ଥର ଚାର୍ଟର ପ୍ଲେନ୍ ବ୍ୟବହାର କରି ଦେଶର ବିଭିନ୍ନ ସ୍ଥାନକୁ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର