ଟ୍ରକକୁ ପିଟିଲା ହାଇୱା, ଚାଳକ ଗୁରୁତର

ଧର୍ମଶାଳା : ଧର୍ମଶାଳା ଥାନା ଜାରକା ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଦୁର୍ଘଟଣାରେ ଜଣେ ହାଇୱା ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ହାଇୱା ଚାଳକ ପଶ୍ଚିମବଙ୍ଗର ନରେଶ ମାଞ୍ଜୀ(୪୫)। ସେ ଗୁରୁତର ଆହତ ହୋଇଥିବା ବେଳେ ଗାଡ଼ି ସମ୍ମୁଖ ଭାଙ୍ଗିରୁଜି ଯାଇଛି।

ପ୍ରକାଶ ଯେ, ଓଡି-୨୯ଏଚ୍-୯୫୯୬ ନମ୍ବର ଟ୍ରକ୍ ପୂର୍ବରୁ ଖରାପ ହୋଇ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିଲା। ପୂର୍ବାହ୍ଣ ପ୍ରାୟ ୧୧ଟାରେ ଏକ ହାଇୱା ଓଡି-୦୯ଏଫ୍-୪୮୨୨ ଏହି ଟ୍ରକ୍ ପଛପଟେ ପିଟି ହୋଇ ଯାଇଥିଲା। ଫଳରେ ହାଇୱା ଚାଳକ ଟ୍ରକ୍ ପଛରେ ଚାପି ହୋଇ ରହିଯାଇଥିଲେ। ଚଣ୍ତିଖୋଲ ଦମକଳ ବାହିନୀ ପହଞ୍ଚି ହାଇୱା ଡୋର୍ କାଟି ନରେଶଙ୍କୁ ଉଦ୍ଧାର କରିବା ସହିତ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର