ଛତ୍ରପୁର: ୧୬ ନମ୍ବର ଜାତୀୟ ରାଜପଥ ଛତ୍ରପୁର ଏକାମ୍ରନଗର ଛକ ନିକଟରେ ଆଜି ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଟ୍ରକ୍ (ଡବ୍ଲୁବି-୪୧-ଇ-୫୫୬୭) ଛିଡ଼ା କରି ଦୁଇ ଜଣ କର୍ମଚାରୀ କାମ କରୁଥିବା ବେଳେ ଆଉ ଏକ କଣ୍ଟେନର୍ ଦ୍ରୁତ ଗତିରେ ପଛପଟୁ ଧକ୍କା ଦେବାରୁ ସେମାନଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମାଲ୍ବାହୀ ଟ୍ରକଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ଏହା ପଛରେ ଆଉ ଏକ ଟ୍ରକ୍ ଥିଲା। ପ୍ରଥମ ଟ୍ରକ୍ ପଛ ପଟେ ଦୁଇ ଜଣ କୌଣସି ଯାନ୍ତ୍ରିକ ତ୍ରୁଟି ସଜାଡ଼ୁଥିବା ବେଳେ ବ୍ରହ୍ମପୁରରୁ ଭୁବନେଶ୍ବର ଆଡ଼କୁ ଯାଉଥିବା ଏକ କଣ୍ଟେନର୍ ସେମାନଙ୍କୁ ଧକ୍କା ଦେଇଥିଲା। କାର୍ଯ୍ୟ କରୁଥିବା ଦୁଇ କର୍ମଚାରୀଙ୍କ ଉପରେ ଟ୍ରକ୍ ମାଡ଼ିଯିବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଛତ୍ରପୁର ପୁଲିସ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଟ୍ରକ୍ ପଛକୁ ଧକ୍କା ଦେଲା କଣ୍ଟେନର୍, ୨ ମୃତ
/sambad/media/post_attachments/wp-content/uploads/2020/01/accident90-news-first-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)