ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବାବୁପାଲି ରାସ୍ତାର ପାନିସିଆଲି ନିକଟରେ ଟ୍ରକ୍‌ ପଛପଟେ ବାଇକ୍‌ ପିଟି ହେବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ସୋନପୁର ଥାନା ବାବୁପାଲି ଗାଁର କୁନା ଷାଣ୍ଢ (୨୬ବର୍ଷ) ଏବଂ ସରୋଜ ଭୋଇ (୪୬ବର୍ଷ)। ପୁଲିସର ସୂଚନା ଅନୁସାରେ, କୁନା ଓ ସରୋଜ ଶୁକ୍ରବାର ରାତିରେ ଏକ ବାଇକରେ ସୋନପୁରରୁ ବାବୁପାଲି ଫେରୁଥିଲେ। ବାଇକଟି ଭାରସାମ୍ୟ ହରାଇ ପାନିସିଆଲି ନିକଟରେ ଅଟକିଥିବା ଏକ ଟ୍ରକ୍‌ର ପଛପଟେ ପିଟି ‌ହୋଇଥିଲା।

Advertisment

ଫଳରେ ଉଭୟ ଆରୋହୀ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ସୋନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୋନପୁରରେ ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏସ୍‌ଆଇ ଶମ୍ଭୁଭୂଷଣ ଦେହୁରୀ ଏହାର ତଦନ୍ତ କରୁଛନ୍ତି।