୨ ଟ୍ରକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇଟି ଜୀବନ

ନୂଆପଡ଼ା: ୩୫୩ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ଗତ ରାତି ପ୍ରାୟ ୨ଟା ବେଳେ ନୂଆପଡ଼ା ଜିଲ୍ଲା କୋମନା ଥାନାର ତରବୋଡ଼ ଗାଁ ନିକଟରେ ୨ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲେ। ଏହାଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାଛଡ଼ା ୨ ଗୁରୁତର ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଯାଏ ମୃତାହତଙ୍କ ପରିଚୟ ମିଳିନାହିଁ।

ଗୋଟିଏ ଟ୍ରକ୍ ରାଜଖରିଆରରୁ ନୂଆପଡ଼ା ଆଡ଼କୁ ଆସିଥିବା ବେଳେ ଆରଟି ନୂଆପଡ଼ାର ଖରିଆର ଆଡ଼କୁ ଯାଉଥିଲା। ତରବୋଡ଼ ଗାଁ ନିକଟରେ ୨ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲେ। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା, ତାହା ଜଣାପଡ଼ିନାହିଁ।

 

 

 

ସମ୍ବନ୍ଧିତ ଖବର